ଯାତ୍ରୀଙ୍କୁ ଆମ ବସ୍‌ କଣ୍ଡକ୍ଟରଙ୍କ ମାଡ଼ ଘଟଣା : ବହିଷ୍କୃତ ହେଲେ କଣ୍ଡକ୍ଟର

ଯାତ୍ରୀଙ୍କୁ ଆମ ବସ୍‌ କଣ୍ଡକ୍ଟରଙ୍କ ମାଡ଼ ଘଟଣା :  ବହିଷ୍କୃତ ହେଲେ କଣ୍ଡକ୍ଟର

ଭୁବନେଶ୍ବର : ଆମ ବସ୍‌ କଣ୍ଡକ୍ଟରଙ୍କ ଦାଦାଗିରି । ସାମାନ୍ୟ ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଚାପୁଡ଼ା ମାରିଲେ କଣ୍ଡକ୍ଟର । ଏପରି ଦୃଶ୍ୟ କ୍ୟାମେରାରେ ରେକର୍ଡ କରାଯାଇଛି । ୟୁନିଫର୍ମରେ ଥାଇ ବସ୍‌ ଭିତରୁ ବାହାରି ଆସି ବାହାରେ ଚାପୁଡ଼ା ପରେ ଚାପୁଡ଼ା ମାରିଲେ। ଏପରି ଘଟଣା ଘଟିଛି ୟୁନିଟ ୮ ମାର୍କେଟ ପାଖ ବସ୍‌ ଷ୍ଟପରେ । ତେବେ ଯାତ୍ରୀଙ୍କୁ ଏପରି ଦୁର୍ବ୍ୟବହାର ନିନ୍ଦା କରାଯାଇଛି । ବସ୍‌ ନଂ OD33AH0166 ଥିବାବେଳେ କଣ୍ଡକ୍ଟରଙ୍କ ଦାଦାଗିିରିକୁ ନେଇ ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ବଶିଷ୍ଟ ଟିକେଟ ମୂଲ୍ୟ ପାଇବାକୁ ନେଇ ଯାତ୍ରୀ ଏବଂ କଣ୍ଡକ୍ଟରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ କଣ୍ଡକ୍ଟର ଜଣକ ଯାତ୍ରୀଙ୍କୁ ବାହାର କରିବା ସହ ଚାପୁଡ଼ା ମାରିଥିଲେ । ଏନେଇ କାର୍ଯ୍ୟନୁଷ୍ଠାନ ନିଆଯାଇ CRUT ପକ୍ଷରୁ କଣ୍ଡକ୍ଟରଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏପରି ଘଟଣା ପାଇଁ 'ଏକ୍ସ' ଜରିଆରେ ଦୁଃଖ ପ୍ରକାଶ କରାଯାଇଛି ।