ଭକ୍ତ ଦାସଙ୍କୁ କଟାକ୍ଷ କଲେ ପୃଥ୍ବୀରାଜ ହରିଚନ୍ଦନ ପିସିସି ସଭାପତି ନିଜ ପରାଜୟ ସ୍ବୀକାର କଲେ ଭଲ ହୁଅନ୍ତା : ପୃଥ୍ବୀରାଜ ହରିଚନ୍ଦନ

ଭକ୍ତ ଦାସଙ୍କୁ କଟାକ୍ଷ କଲେ ପୃଥ୍ବୀରାଜ ହରିଚନ୍ଦନ                ପିସିସି ସଭାପତି ନିଜ ପରାଜୟ ସ୍ବୀକାର କଲେ ଭଲ ହୁଅନ୍ତା : ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର : ନୂଆପଡା ଉପନିର୍ବାଚନରେ କଂଗ୍ରେସର ପରାଜୟକୁ ନେଇ ପିସିସି ସଭାପତି ଭକ୍ତ ଦାସ ଉଠାଇଥିବା ଗୃହ ଶତ୍ରୁ ବିଭୀଷଣ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ  । କଟାକ୍ଷ କରି ମନ୍ତ୍ରୀ କହିଛନ୍ତି ଯେ, ନିଜ ଦୁର୍ବଳତା ଲୁଚାଇବାକୁ ରାଜନୈତିକ ଦଳ ଅନେକ କଥା କୁହନ୍ତି । ହାରିବା କାରଣ କହି ଦୁର୍ବଳତା ଲୁଚାଇବାକୁ ଚେଷ୍ଟା ଚଲାନ୍ତି  । ପିସିସି ସଭାପତି ଭକ୍ତ ଦାସ ନିଜ ପରାଜୟ ସ୍ୱୀକାର କଲେ ଭଲ ହୁଅନ୍ତା  । 

Bhakta Charan Das (@BhaktaCharanDas) / Posts / Xସୂଚନା ଯୋଗ୍ୟ, କଂଗ୍ରେସ ପିସିସି ସଭାପତି ଭକ୍ତ ଦାସ କହିଥିଲେ ଯେ ସବୁ ଦଳ ପରି ଆଉ ଆମରେ ଦଳରେ ମଧ୍ୟ ବିଭୀଷଣ ଅଛନ୍ତି  । ଦଳର ବିଭୀଷଣଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ  । କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଅଛି, ତଥାପି ଦଳ ଆତ୍ମସମୀକ୍ଷା କରିବ  ।