ଯୋଗ ସାଧନା ଶିବିର 

 ସାଲେପୁର : ସାଲେପୁର ବଜାର ପଡ଼ିଆଠାରେ ତ୍ରୟ ଦିବସୀୟ ଯୋଗ ସାଧନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପ୍ରତ୍ୟହ ସକାଳୁ ପ୍ରାୟ ୩ଶହରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷମାନେ ଯୋଗାଭ୍ୟାସ କରିବା ସହ ଯୋଗ ମାଧ୍ୟମରେ ରୋଗକୁ କିଭଳି ମୂଳରୁ ନିପାତ କରାଯିବ, ସେ ସଂପର୍କରେ ଏହି ଶିବିରରେ ଶିବିରାର୍ଥୀମାନଙ୍କୁ ତାଲିମ୍ ଦିଆଯାଇଥିଲା । ଭାରତ ସ୍ୱାଭିମାନ ଟ୍ରଷ୍ଟର ମୁଖ୍ୟ କେନ୍ଦ୍ରୀୟ ପ୍ରଭାରୀ ସ୍ୱାମୀ ପରମାର୍ଥ ଦେବଜୀ ଯୋଗଶିକ୍ଷା ଦେଇଥିବାବେଳେ ରାଜ୍ୟ ପ୍ରଭାରୀ ସୁଧାଂଶୁ ଶେଖର ଅଧିକାରୀ, ପତଞ୍ଜଳି ଯୋଗ ସମିତିର ରାଜ୍ୟ ପ୍ରଭାରୀ ରାଧାମାଧବ ବହିଦାର, ଯୁବ ଭାରତର ରାଜ୍ୟ ପ୍ରଭାରୀ ଅମୃତାଂଶୁ ପ୍ରଧାନ, ମହିଳା ପତଞ୍ଜଳି ସହ ରାଜ୍ୟ ପ୍ରଭାରୀ ଜେ.ଗିରିଜା ଦେବୀ, ସହ ପ୍ରଭାରୀ ସୁନିଲ ଶର୍ମା, ଜିଲ୍ଲା ପ୍ରଭାରୀ ଶିଶିର ଜେନା, ନିମାଇଁ ଜେନା, କଳ୍ପନା ପରିଡ଼ା, ତହସିଲ ପ୍ରଭାରୀ ପ୍ରତାପ ମହାନ୍ତି, ଦେବେନ୍ଦ୍ର କର, ଶ୍ରୀକାନ୍ତ ଭୂୟାଁ, ବାବୁଲି ପାତ୍ର, ଜଗତବନ୍ଧୁ ଦାଶ, ସୁବାସ ସାହୁ, ସାମ୍ବାଦିକ ମନୋଜ ଆଚାର୍ଯ୍ୟ ପ୍ରମୁଖ  ଉପସ୍ଥିତ ରହିଥିଲେ । ଏହି ଅବସରରେ ପତଞ୍ଜଳି ରାଜ୍ୟ କିଷାନ ସେବା ସମିତି ପ୍ରଭାରୀ ସ୍ୱୟଂ ପ୍ରକାଶ ଦ୍ୱେତକ ରଂଜନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇସୁଙ୍ଗୁଡ଼ାଠାରେ ଶ୍ରୀଜଗନ୍ନାଥ ଗୋଶାଳାର ଶୁଭ ଶିଳାନ୍ୟାସ ଯୋଗଗୁରୁ ସ୍ୱାମୀ ପରମାର୍ଥ ଦେବଜୀଙ୍କ ଦ୍ୱାରା କରାଯାଇଥିଲା ।