୨୮କୁ ମାଟ୍ରିକ ଫର୍ମ ପୂରଣ ଅବଧି ବୃଦ୍ଧି
କଟକ : ୨୦୨୬ ମାଟ୍ରିକ ଫର୍ମ ପୂରଣ ଅବଧି ନଭେମ୍ବର ୨୮ ତାରିଖ ଯାଏ ବୃଦ୍ଧି ପାଇଛି । ଏ ନେଇ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋଡର଼୍) ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଫର୍ମ ପୂରଣ ଅବଧି ବୃଦ୍ଧି କରିବା ପାଇଁ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହି ଅନୁରୋଧକୁ ବିଚାର କିର ବୋଡର଼୍ ୨୦୨୬ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି ନଭେମ୍ବର ୨୮କୁ ବୃଦ୍ଧି କରିଛନ୍ତି । ଏହାପରେ ଆଉ କୌଣସି ସମୟ ବୃଦ୍ଧି ଅନୁମତି ଦିଆଯିବ ନାହିଁ ବୋଲି ବୋଡର଼୍ ପକ୍ଷରୁ ସୂଚନା ଦିଆଯାଇଛି ।