ବାଲି ବୋଝେଇ ଗାଡି ଜବତ
ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ତିନୋଟି ଚୋରା ବାଲି ବୋଝେଇ ଗାଡ଼ି ଜବତ ହୋଇଥିବା ଜଣାପଡ଼ିଛି । ବୈଶିଙ୍ଗା ଥାନାଧିକାରୀ ବାରିଣୀ ଦାସଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଏହି ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ବିଭିନ୍ନ ନଦୀ ଘାଟରେ ବାଲି ଚୋରାଚାଲାଣ ହେଉଥିବା ସୂଚନା ମିଳିଥିଲା । ଏହାକୁ ଭିତ୍ତିକରି ଭୋର ତିନିଟା ସମୟରେ ବେତନଟୀ ଥାନା ଆଇଆଇସି ସସ୍ମିତା ମହାନ୍ତଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଚଢ଼ାଉ କରି ବାଲି ବୋଝେଇ ଗୋଟିଏ ଟିପର୍, ଗୋଟିଏ ଡମ୍ପର ଓ ଗୋଟିଏ ଟ୍ରାକ୍ଟର ଜବତ କରିଥିବାବେଳେ ତିନୋଟି ଯାକ ଗାଡ଼ିର ଡ଼୍ରାଇଭରମାନେ ଫେରାର ହୋଇ ଯାଇଥିବା ଜଣାପଡିଛି । ତେବେ ସମସ୍ତ ଜବତ ଗାଡିଗୁଡିକ ଆଣି ବୈଶିଙ୍ଗା ଥାନାରେ ଜିମା ଦିଆଯାଇଥିବା ବେଳେ ଏହାକୁ ନେଇ ତିନୋଟି ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।