ଡଙ୍ଗାବୁଡିରେ ମୃତକଙ୍କ ପରିବାରକୁ ସହାୟତା
କଟକ : ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ କଇଁମୁଣ୍ଡି ଗ୍ରାମର ଗୋଲଖ ବେହେରାଙ୍କ ୭ ବର୍ଷର ଝିଅ ଜିଜ୍ଞାସା ବେହେରା ନଦୀରେ ବୁଡି ପ୍ରାଣ ହରାଇଛନ୍ତି । ପ୍ରକାଶଥାଉକି ଜିଜ୍ଞାସା ତାଙ୍କ ବଡବାପା ଅଲେଖ ବେହେରା ଏବଂ ଅନ୍ୟ ତିନି ଜଣ ଭାଇ ଭଉଣୀଙ୍କ ସହ ଡଙ୍ଗାରେ ନଦୀ ପାର ହେଉଥିବା ସମୟରେ ମଝି ନଈରେ ଡ଼ଙ୍ଗାଟି ଓଲଟି ପଡିବାରୁ ସମସ୍ତ ପାଞ୍ଚ ଜଣ ବୁଡି ଯାଇଥିଲେ । ତନ୍ମଧ୍ୟରୁ ୪୯ ବର୍ଷୀୟ ଅଲେଖ ବେହେରା ତାଙ୍କ ୧୨ ବର୍ଷର ଝିଅ ଅସ୍ମିତା ଓ ୮ ବର୍ଷର ପୁଅ ମହାପ୍ରସାଦ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ୭ ବର୍ଷର ଝିଆରି ପ୍ରଜ୍ଞାସାକୁ ଚିକିସôା ନିମନ୍ତେ କଟକ ବଡ ମେଡିକାଲ ପଠାଯାଇଛି । ଅନ୍ୟ ଜଣେ ଝିଆରି ଜିଜ୍ଞାସାର ଶବ ଉଦ୍ଧାର କରାଯାଇଛି । ମୃତକଙ୍କ ପରିବାରକୁ ସରକାରଙ୍କ ଅନୁକମ୍ପାମୂଳକ ୪ ଲକ୍ଷ ଟଙ୍କାର ଅର୍ଥରାଶି ରାଜ୍ୟ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବା ସହ ଚିକିସôାଧୀନ ପ୍ରଜ୍ଞାସାକୁ ମଧ୍ୟ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳଙ୍କ ସୂତ୍ରରୁ ପ୍ରକାଶ ।