ରାଜ୍ୟରେ ବଢ଼ିଛି ସଞ୍ଚୟ ହାର
ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇଛି ସଞ୍ଚୟ ହାର । ଗତ ୫ବର୍ଷ ମଧ୍ୟରେ ପ୍ରତ୍ୟେକ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବ୍ୟାଙ୍କଗୁଡ଼ିକ ଠାରେ ଥିବା ମୋଟ ଜମା ରାଶିର ବର୍ଷୱାରି ଶତକଡ଼ା ଅଭିବୃଦ୍ଧି ଘଟିଛି । ତାହା ହେଉଛି ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ୩୪୬୫୧୪.୮୦ କୋଟି ଜମା ରାଶି ଥିବା ବେଳେ ୨୦୨୧ରେ ୩୮୧୧୭୮.୪୮, ୨୦୨୨ରେ ୪୦୬୨୮୧.୬୫, ୨୦୨୩ରେ ୪୬୦୫୧୮.୧୧ ଏବଂ ୨୦୨୪ରେ ୫୨୭୪୭୯.୧୦ କୋଟି ଟଙ୍କା ବ୍ୟାଙ୍କରେ ଜମା ରଖାଯାଇଛି । ଏହି ଅନୁସାରେ ୨୦୨୦ରେ ଶତକଡ଼ା ଅଭିବୃଦ୍ଧି ୧୦.୧୯% ଥିବା ବେଳେ ଏବେ ୨୦୨୪ରେ ୧୪.୫୪ ଶତକଡ଼ାକୁ ବୃଦ୍ଧି ପାଇଛି । ଆଜି ଗୃହରେ ଏହି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।