୩ ବର୍ଷରେ କ୍ୟାପିଟାଲ ଥାନାରେ ଗିରଫ ହୋଇଛନ୍ତି ୧୨୭୨

 ଭୁବନେଶ୍ୱର: ବିଗତ ୩ ବର୍ଷରେ ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ଅଧୀନ ୨୬ଟି ଥାନାରେ  ସହସ୍ରାଧିକ ମାମଲା ରୁଜୁ ହୋଇଛି ଏବଂ ୩ ହଜାରରୁ ଊଦ୍ଧ୍ୱର୍ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହାରି ମଧ୍ୟରୁ କ୍ୟାପିଟାଲ ଥାନାରେ ବିଗତ ୩ ବର୍ଷରେ ୨୭୭୪ ମାମଲା ରୁଜୁ ହୋଇଥିବା ବେଳେ ଗିରଫ ହୋଇଛନ୍ତି ୧୨୭୨, ଖାରବେଳ ନଗର ଥାନାରେ ୨୫୦୪ ମାମଲା ରୁଜୁ ହୋଇଥିବା ବେଳେ ଗିରଫ ହୋଇଛନ୍ତି ୧୦୨୪ ଜଣ ଅଭିଯୁକ୍ତ । ସେହିପରି ଅନ୍ୟ ୨୪ଟି ଥାନାରେ ମାତ୍ରାଧିକ ମାମଲା ରୁଜୁ ହୋଇଥିବା ବେଳେ ବହୁ ଅପରାଧୀ ଗିରଫ ହୋଇଛନ୍ତି । ଆଜି ଗୃହରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭୁବନେଶ୍ୱର ସହରାଞ୍ଚଳରେ ଜନସାଧାରଣଙ୍କ ସୁରକ୍ଷା, ସରକାରୀ ଓ ବେସରକାରୀ ସମ୍ପତ୍ତିର ସୁରକ୍ଷା ନିମନ୍ତେ ଦିବା ଓ ରାତ୍ରକାଳୀନ ପାଟ୍ରୋଲିଂର ବ୍ୟବସ୍ଥା କରାଯାଇଛି । ୩୭ଟି ପିସିଆର୍ ଭ୍ୟାନ୍କୁ ଏଥିରେ ନିୟୋଜିତ କରାଯାଇଛି । ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ବିଭିନ୍ନସ୍ଥାନରେ ସିସିଟିଭି ଲଗାଯାଇଛି ଏବଂ ସେଗୁଡ଼ିକୁ ତନଖି କରିବା ପାଇଁ କଣ୍ଟ୍ରୋଲ୍ ରୁମ୍ର ମଧ୍ୟ ଖୋଲାଯାଇଛି ।