ଛାତ୍ରୀ ଆତ୍ମହତ୍ୟା ଘଟଣା : ତଦନ୍ତରେ ସହଯୋଗ କରୁଛି କିଟ୍

 ଭୁବନେଶ୍ୱର : କିଟରେ ଜଣେ ଛାତ୍ରୀ ଆହ୍ମହତ୍ୟା କରିଥିବା ବେଳେ କିଟ୍ ପକ୍ଷରୁ ଏଥିପାଇଁ ପ୍ରେସ ବିବୃତ୍ତି ମାଧ୍ୟମରେ ସ୍ପଟି କରଣ ରଖାଯାଇଛି । କିଟ୍‌ରେ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କିଟ୍‌ କର୍ତ୍ତୃପକ୍ଷ ଗଭୀର ମର୍ମାହତ ଓ ଦୁଃଖିତ । ଗୁରୁବାର ସନ୍ଧ୍ୟାରେ କିଟ୍‌ ହଷ୍ଟେଲ୍‌ରେ ଜଣେ ଛାତ୍ରୀ ତାଙ୍କ ରୁମ ଭିତରୁ ଖୋଲୁ ନଥିବା ୱାର୍ଡେନ୍ ଜାଣିବା ପରେ ତୁରନ୍ତ ଇନ୍ଫୋସିଟି ପୋଲିସ୍କୁ ଖବର ଦେଇଥିଲେ । ପୋଲିସ୍‌ ଉପସ୍ଥିତିରେ କବାଟ ଭଙ୍ଗାଯାଇଥିଲା ଓ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା । ପୋଲିସ୍‌ ଉପସ୍ଥିତିରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇ ତୁରନ୍ତ କିମ୍‌ସ ହସ୍‌ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ୍‌ ମୃତଦେହକୁ ଏମ୍‌ସ-ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରିଥିଲେ । ଏହି ଘଟଣାରେ କିଟ୍‌ କର୍ତ୍ତୃପକ୍ଷ ତୁରନ୍ତ ଛାତ୍ରୀଙ୍କ ଅଭିଭାବକଙ୍କୁ ଅବଗତ କରାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ୍‌ ଉଚ୍ଚ ପଦାଧିକାରୀଙ୍କ ସମେତ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । କିଟ୍‌ କର୍ତ୍ତୃପକ୍ଷ ପୋଲିସ୍‌କୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ଛାତ୍ରୀଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଏହି ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାରକୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ।