ରାଜ୍ୟରେ ହେବ ଭିନ୍ନକ୍ଷମ ଶିଶୁଙ୍କ ସର୍ଭେ

ରାଜ୍ୟରେ ହେବ ଭିନ୍ନକ୍ଷମ ଶିଶୁଙ୍କ ସର୍ଭେ

ଭୁବନେଶ୍ୱର : ରାଜ୍ୟରେ ଭିନ୍ନକ୍ଷମ ଶିଶୁଙ୍କ ହେବ ସର୍ଭେ । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ମାର୍ଗ ଦର୍ଶିକା ଜାରି କରାଯାଇଛି । ଅଙ୍ଗନବାଡ଼ି କର୍ମୀ ମାନେ ଘର ଘର ବୁଲି ଭିନ୍ନକ୍ଷମ ଶିଶୁମାନଙ୍କର ସର୍ଭେ କରିବେ । ଏଥିପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ୫୦୦ ଟଙ୍କାର ପ୍ରୋତ୍ସାହନ ରାଶି । ଏହି ସର୍ଭେରେ ଜନ୍ମରୁ ୬ ବର୍ଷ ବୟସ ମଧ୍ୟରେ ଥିବା ଭିନ୍ନକ୍ଷମ ଶିଶୁଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଚିହ୍ନଟ ଶିଶୁଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବ । ଏନଇପି - ୨୦୨୦, ଆରପିଡ଼ବ୍ଲୁଡ଼ି ଆକ୍ଟ ୨୦୧୬ରେ କରାଯିବ ସାମିଲ । ସର୍ଭେ ଠିକ ଭାବେ ହଉଛି କି ନାହିଁ ଅଧିକାରୀମାନେ ଯାଞ୍ଚ କରିବେ । ଆସନ୍ତା ୧ମାସ ମଧ୍ୟରେ ସର୍ଭେ ପ୍ରକ୍ରିୟା ଶେଷ କରିବା ପାଇଁ ସମୟ ଦିଆ ଯାଇଛି ।