ରାଷ୍ଟ୍ରୀୟ ନବବର୍ଷ ପାଳିତ
ଜୟପୁର: ଜୟପୁର ନଗର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ରାଷ୍ଟ୍ରୀୟ ନବବର୍ଷ ଯୁଗାଦ୍ଧ ୫୧୨୭ ବିକ୍ରମ ସମ୍ବତ ୨୦୮୨ କେଶବ ପ୍ରଭାତ ଶାଖା ସୂର୍ଯ୍ୟମହଲ ଠାରେ ପାଳନ କରିଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଛଅ ଗୋଟି ମୁଖ୍ୟ ପାଳନୀୟ ଦିବସ ମୋଧ୍ୟରୁ ହିନ୍ଦୁ ନବବର୍ଷ ଅନ୍ୟତମ । ଏହି ଦିବସରେ ନଗର ସଂଘ ଚାଳକ ଡ ନିରଞ୍ଜନ ମିଶ୍ର, ସହ ନଗର ସଂଘ ଚାଳକ ପ୍ରେମାନନ୍ଦ ନାୟକ, ଅତିଥି ଭାବେ ଇଂ ସୁବ୍ରତ କୁମାର ମିଶ୍ର, ମୁଖ୍ୟ ବକ୍ତା ଡ. ସିତାନାଥ ରାଇଗୁରୁ ମଞ୍ଚାସିନ ଥିଲେ । ମୁଖ୍ୟବକ୍ତା ଏହି ରାଷ୍ଟ୍ରୀୟ ନବ ବର୍ଷ ପାଳନ ପରିପ୍ରେକ୍ଷୀରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ଆରୋମ୍ଭରେ ଆଦ୍ୟ ସରସଂଘ ଚାଳକ ପ୍ରଣାମ, ଧ୍ୱଜାରପୋଣ, ଶାରୀରିକ ପ୍ରଦର୍ଶନ ସୁର୍ଯ୍ୟନମସ୍କାର, ଆସନ, ନିୟୁଧ ପ୍ରଦର୍ଶିତ ହୋଇଥିଲା । ଶେଷରେ ସଂଘ ପ୍ରର୍ଥନା ପରେ ବିକିର ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନଗର କର୍ଯ୍ୟବାହ ଡ ମନୋରଞ୍ଜନ ମିଶ୍ର, ଗ୍ରାମ ବିକାଶ ପ୍ରମୁଖ ବିଜୟ କୁମାର ଭଟ୍ଟ, ବିଭାଗ ବ୍ୟବସ୍ଥା ପ୍ରମୁଖ ଡମ୍ବରୁଧର ପାଣିଗ୍ରାହୀ, ଜିଲ୍ଲା ପ୍ରଚାରକ ଚିଦାନନ୍ଦ ଶତପୋଥି, ବାବୁ ଭାଇ ବଜରଙ୍ଗୀ ପ୍ରାନ୍ତ ଉପସଭାପତି ବିଶ୍ୱ ହିନ୍ଦୁ ପରିଷଦଙ୍କ ସହ ବୋହୁ ସ୍ୱୟଂସେବକ ମାନେ ଉପସ୍ଥିତ ରହିଥିଲେ ।