ରାସ୍ତା ଉପରେ ଆଣ୍ଠୁଏ ପାଣି

 ବୈତରଣୀ ରୋଡ଼ : ପାଣି ନିଷ୍କାସନ ବାଟବନ୍ଧ । ଫଳରେ ରାସ୍ତା ଉପରେ ଆଣ୍ଠୁଏ ପାଣି । ବର୍ଷା ପାଣି ୨-୪ଦିନ ଧରି ରାସ୍ତା ଉପରେ ଜମି ରହୁଥିବାରୁ ବ୍ୟବସାୟୀ ଜୀବିକା ହରାଉଛନ୍ତି । ଏହା ହେଉଛି କୋରେଇ ବ୍ଲକ ବୈତରଣୀ ବଜାର ଅବସ୍ଥା । ବୈତରଣୀ ହେଉଛି ବ୍ଲକର ପ୍ରତିଷ୍ଠିତ ବଜାର । ବଜାର ଉପରେ କେବଳ କୋରେଇ ବ୍ଲକର ନିକଟପାଖ ପଞ୍ଚାୟତ ନୁହେଁ, ପଡ଼ୋଶୀ ଭଦ୍ରକ ଏବଂ କେନ୍ଦୁଝର ଜିଲ୍ଲାର ଏକାଧିକ ପଞ୍ଚାୟତବାସୀ ନିର୍ଭର କରିବା ସହ ବୈତରଣୀ ରୋଡ଼ ରେଳଷ୍ଟେସନରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରିଥାନ୍ତି । ଗଲା କିଛି ଦିନ ହେଲା  ବର୍ଷା ଲାଗି ରହିଥିବା ବେଳେ ବଜାର ମଧ୍ୟରେ ଆଣ୍ଠୁଏ ପାଣି ଜମି ରହୁଛି । ଯାହା ଫଳରେ ବଜାର ସହିତ ନିର୍ଭରଶୀଳ ଲୋକେ, ସ୍କୁଲ, କଲେଜ୍ ଛାତ୍ର ଛାତ୍ରୀ, ରେଳ ଯାତ୍ରୀ, ବସ ଯାତ୍ରୀ, ମେଡ଼ିକାଲ ରୋଗୀଙ୍କ ଠାରୁ ନେଇ ଅନ୍ୟାନ୍ୟ ଏହି ମୁଖ୍ୟ ରାସ୍ତାକୁ ବ୍ୟବହାରକାରୀଙ୍କ ଅବସ୍ଥା ସଂକଟରେ । ସ୍ଥାନୀୟ ଲୋକମାନଙ୍କ କହିବାନୁଯାୟୀ ରାସ୍ତା ବ୍ୟକ୍ତିଗତ ଜମି ରହିଥିବା ମାଟି ପକାଇ ଉଚ୍ଚା କରି ଦେଇଥିବାରୁ ପାଣି ନିଷ୍କାସନ ହୋଇ ପାରୁନି । ସେହିପରି ରାସ୍ତା କଡ଼ରେ ଡ୍ରେନର ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷାରେ ପାଣି ଜମି ରହୁଛି । ଯାହାଫଳରେ ପଥଚାରୀ ଦୋକାନକୁ ଯାଇପାରୁନଥିବା ବେଳେ ବ୍ୟବସାୟୀ ହାତବନ୍ଦ କରି ବସିଛନ୍ତି । ଜଳ ନିଷ୍କାସନ ଦିନରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ପଦକ୍ଷେପ ନେବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି ।