ମହାଲକ୍ଷ୍ମୀଙ୍କ ବାର୍ଷିକ ପୂଜାଉତ୍ସବ

ାା ପ୍ରଭାନୁ୍ୟଜ ।ା ବ୍ୟାସନଗର:  ପୌରାଞ୍ଚଳର ଲକ୍ଷ୍ମୀ ବଜାର ଠାରେ ସ୍ଥାପିତ ମହାଲକ୍ଷ୍ମୀଙ୍କ ୪୭ତମ ବାର୍ଷିକ ପୂଜା ଉତ୍ସବ ବିଧି ବ୍ୟବସ୍ଥାରେ ସମ୍ପର୍ଣ୍ଣ ହୋଇଛି । କଳସ ଯାତ୍ରାପରେ ମାଙ୍କୁ ଆବାହନ କରାଯାଇ ପୂଜାର୍ଚନା ଓ ଯଜ୍ଞ କରାଯାଇଥିଲା । ପୂଜକ ରାଜକିଶୋର ପାଢିଙ୍କ ନେତୃତ୍ୱରେ ପୂଜା ପାଠ ଓ ଯଜ୍ଞ କାର୍ଯ୍ୟ ସମ୍ପାଦନ ହୋଇଥିଲା । କର୍ତ୍ତା କାର୍ଯ୍ୟ ମନୋଜ ରାଉତ ତୁଲାଉଥିବା ବେଳେ ପୂଜା ସରିବା ପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ବିଶେଷ କରି ମହିଳା ଶ୍ରଦ୍ଧାଳୁ ମା’ଙ୍କ ନିକଟରେ ଭୋଗ କରି ଦର୍ଶନ କରିବା ପରେ ଦୀପ ଜାଳି ବିଶ୍ୱର ମଙ୍ଗଳ କାମନା କରିଥିଲେ । ମଙ୍ଗଳବାର ମା’ଙ୍କ ପୂର୍ଣ୍ଣାହୁତି ଯଥା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ । କମିଟିର ସଭାପତି ବଚନ ସାମଲ, ସମ୍ପାଦକ ଅଂଶୁମାନ ରଞ୍ଜିତ ପାଲ ଓ କୋଷାଧ୍ୟକ୍ଷ ପବିତ୍ର ପରିଡାଙ୍କ ସମସ୍ତ କାର୍ଯ୍ୟକର୍ତ୍ତା ପୂଜା ସମ୍ପାଦନରେ ସାହାଯ୍ୟ କରିଥିଲେ । କମିଟିର ସମସ୍ତ ବ୍ୟବସାୟୀ ଓ ସ୍ଥାନୀୟ ଯୁବକଙ୍କ ସହଯୋଗରେ ପୂଜା ଉତ୍ସବ ପାଳନ ହେଉଛି ।