ଝୁଲଣ ଯାତ୍ରା ଉଦ୍ୟାପିତ


ାା ପ୍ରଭାନୁ୍ୟଜ ।ା ପାଣିକୋଇଲି: ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଝୁଲଣ ଯାତ୍ରା ଉଦ୍ୟାପିତ ହୋଇଛି । ଓଚିନ୍ଦା ରାସସ୍ଥଳୀ ସ୍ଥିତ ଗୋପିନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ୫ ଦିନ ବ୍ୟାପୀ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା । ପୂଜକ ପରମାନନ୍ଦ ଶତପଥି, ରଘୁନାଥ ପାଢୀ, ମୋହନ ଚରଣ ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଗୌରଭକ୍ତ ମଣ୍ଡଳୀ ସହାୟତାରେ ରାଧାକୃଷ୍ଣ ମୂର୍ତ୍ତିକୁ ନେଇ ଝୁଲଣ କରାଯାଇଥିଲା । ୫ଦିନ ବ୍ୟାପୀ ପ୍ରତ୍ୟେହ ସନ୍ଧ୍ୟାରେ ଗୌରଭକ୍ତ ମଣ୍ଡଳୀ ପକ୍ଷରୁ ନାମ ସଂକିର୍ତ୍ତନ କରାଯାଇଥିଲା ।