ରାସ୍ତା ମରାମତିରେ ଅନିୟମିତତା 


ଗୋପରୁ 
ାା ବରେନ୍ ସେନାପତି ।ା

ଚଳିତବର୍ଷ ରଥଯାତ୍ରା ପୂର୍ବରୁ ପର୍ଯ୍ୟଟକଙ୍କ ଗମନାଗମନ ସୁବିଧା ପାଇଁ  ରାସ୍ତା ମରାମତି ଓ ନବୀକରଣ ନିମନ୍ତେ କୋଟି କୋଟି  ଟଙ୍କା ଖର୍ଚ୍ଚ ହେଉଛି । ତା ସତ୍ତ୍ୱେ ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଦୂରଦୂରାନ୍ତ ରୁ ଆସୁଥିବା ପର୍ଯ୍ୟଟକଙ୍କ ଯାତାୟାତରେ ଘୋର ସମସ୍ୟା ସୃଷ୍ଟି ହେଉଛି । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ପୁରୀ-କୋଣାର୍କ ବୁଲି ଯାଉଛନ୍ତି । କିନ୍ତୁ ଗୋପ –କୋଣାର୍କ ରାସ୍ତାର ବେଗୁନିଆଠାରୁ ଗୋପ ପର୍ଯ୍ୟନ୍ତ ରାସ୍ତା କଡ଼ରେ ମୋରମ ଗଦା ହୋଇ ରହିବା ଫଳରେ ଚୋଟ ବଡ଼ ଦୃଘଟଣା ବୃଦ୍ଧି ପାଉଛି । ଏପରି ଅଭିଯୋଗ ହୋଇଥିଲେ ମଧ୍ୟ ପୂର୍ତ୍ତବିଭାଗ ଯନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି କାହିଁକି? କିଛି ଦିନ ହେବ କୋଣାର୍କରୁ ଗୋପ ପର୍ଯ୍ୟନ୍ତ ପୂର୍ତ୍ତବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା କାର୍ଯ୍ୟ କରାଯାଇଥିଲା । ମାତ୍ର ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଫଳସ୍ୱରୂପ ଏହି ରାସ୍ତା କାର୍ଯ୍ୟ ଠିକ୍ ଭାବେ ସଂପୂର୍ଣ୍ଣ ହୋଇପାରିଲାନାହିଁ  । କେତେକ ସ୍ଥାନରେ ରାସ୍ତାରୁ ପିଚୁ ଉଠିଯିବା ଓ ପିଚୁ ଫାଟିଯିବା ଭଳି ଦୃଶ୍ୟ ନଜରକୁ ଆସୁଥିବା ସତ୍ତ୍ୱେ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ।
ଏଷ୍ଟିମେଟ୍ ଅନୁଯାୟୀ ରାସ୍ତା କାର୍ଯ୍ୟ ପରେ ଉଭୟ ପାର୍ଶ୍ୱରେ ନାଲି ମୋରମ ସହ ବାଲି ମିଶାଯାଇ ପକାଯିବା କଥା, କିନ୍ତୁ ଠିକାଦାର ଜଣକ କିଛି ଦିନ ଧରି ରାସ୍ତା କଡ଼ରେ ମୋରମ ଗଦା କରି ରଖୁଛନ୍ତି । ଏହି ମୋରମଗୁଡ଼ିକ ଗଦା ହୋଇ ରହିବା ଫଳରେ ଦୁର୍ଘଟଣା ମଧ୍ୟ ଘଟୁଛି । ଏପରିକି କୋଣାର୍କରୁ ଗୋପ ପର୍ଯ୍ୟନ୍ତ କେତେକ ମୋରମ ସ୍ଥାନରେ ମଧ୍ୟ ବିଛାଯାଇ ନାହିଁ । ଏଥିପ୍ରତି ଦୃଷ୍ଟି ଦିଆ ନ ଗଲେ ଆଗକୁ ବଡ଼ ବଡ଼ ଦୁର୍ଘଟଣା ନ ଘଟିବ ତାହା କାହି ହେବନି  । ଏହି ଅଭିଯୋଗକୁ ନେଇ ପୂର୍ତ୍ତ ବିଭାଗ ଯନ୍ତ୍ରୀ ରବୀନ୍ଦ୍ର ଦଣ୍ଡପାଣିଙ୍କ ଠାରୁ ସନ୍ତୋଷ ଜଣକ ଉତ୍ତର ମିଳିଲା ନାହିଁ । ଏଥିପାଇଁ ଆଗାମୀ ଦିନରେ ଗୋପ ବ୍ଲକର ଅଗ୍ରଣୀ ସଂଗଠନ ପକ୍ଷରୁ ଆନେ୍ଦାଳନ କରାଯିବ ବୋଲି ସଂଗଠନ ସଭାପତି ଚନ୍ଦ୍ରକାନ୍ତ ସାହୁ କହିଛନ୍ତି ।