ରେଜଙ୍ଗଲା ମାଟି କଳସ ଯାତ୍ରାକୁ ଭବ୍ୟ ସ୍ୱାଗତ
ନୂଆପଡା : ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭା ଆନୁକୁଲ୍ୟରେ ଭାରତ ଭ୍ରମଣରେ ବାହାରିଥିବା ରେଜଙ୍ଗଲା ମାଟି କଳସ ଶୌର୍ଯ୍ୟ ରଥକୁ ଖଡିଆଳଠାରେ ଯାଦବ ସମାଜ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ୧୯୬୨ ମସିହାରେ ରେଜଙ୍ଗଲାଠାରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧରେ ୧୨୦ ଜଣ ଭାରତୀୟ ସୈନିକଙ୍କ ଅଦମ୍ୟ ସାହସ ଓ ପରାକ୍ରମରେ ଚୀନର ୩ ହଜାର ସୈନ୍ୟ ମଧ୍ୟରୁ ୨୫୦୦ ମୃତୁ୍ୟବରଣ କରିବା ୫୦୦ ଜଣ ଛତ୍ରଭଙ୍ଗ ଦେଇଥିଲେ । ଉକ୍ତ ଯୁଦ୍ଧରେ ଭାରତରୁ ମଧ୍ୟ ୧୧୭ ଜଣ ସୈନିକ ନିଜ ମାତୃଭୂମୀ ପାଇଁ ପ୍ରାଣ ଉତ୍ସର୍ଗ କରିଥିଲେ । ୧୧୭ ଜଣ ସୈନିକ ମଧ୍ୟରୁ ୧୧୪ ଜଣ କେବଳ ଅହିର (ଯାଦବ) ରହିଥିଲେ । ଉକ୍ତ ଯୁଦ୍ଧର ସୈନିକମାନଙ୍କ ବିରତ୍ୱକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଭାରତୀୟ ସୈନ୍ୟ ବିଭାଗରେ ଅହିର ରେଜିମେଣ୍ଟର ସ୍ଥାପନା ଦାବି ମୁଖ୍ୟତଃ ଏହି ମାଟି କଳସ ଶୌର୍ଯ୍ୟ ଯାତ୍ରାର ମୁଖ୍ୟ ଲକ୍ଷ୍ୟ । ମାଟି କଳସକୁ ଖଡିଆଳଠାରେ ସ୍ୱାଗତ ସମ୍ବର୍ଦ୍ଧନା ପରେ ଏକ ସଭାର ଆୟୋଜନ ହୋଇଥିଲା । ମାଟି କଳସ ଶୌର୍ଯ୍ୟ ରଥର ଉଦଯାପନୀ କାର୍ଯ୍ୟକ୍ରମ ନଭେମ୍ବର ୧୮ ତାରିଖରେ ଦିଲ୍ଲୀର ଯନ୍ତରମନ୍ତରଠାରେ ଠାରେ ଅନୁଷ୍ଠିତ ହେଉଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ସମଗ୍ର ଭାରତ ବର୍ଷର ବହୁ ସଂଖ୍ୟାରେ ଯାଦବମାନେ ଯୋଗ ଦେବାକୁ ସ୍ଥିର ହୋଇଛି । ଏଣୁ ଯାଦବମାନଙ୍କ ହକର ଲଢେଇ ପାଇଁ ଓଡ଼ିଶାରୁ ମଧ୍ୟ ବହୁ ଯାଦବ ବନ୍ଧୁମାନଙ୍କୁ ଯୋଗଦେବା ପାଇଁ ଅତିଥିମାନେ ଅନୁରୋଧ କରିଥିଲେ । ଖଡିଆଳଠାରେ ଆୟୋଜିତ ସଭାକୁ ଜିତେନ୍ଦ୍ର ଗହିର ପରିଚାଳନା କରିଥିଲେ ମଞ୍ଚାସିନ ଅତିଥିମାନଙ୍କ ମଧ୍ୟରେ ମଞ୍ଚାସୀନ ଅତିଥି ଭାବେ ଭରତ ଲାଲ ରାଉତ ସଭାପତି ନୁଆପଡା ଜିଲ୍ଲା ଯାଦବ ମହାସଭା, ପିତାମ୍ବର ଦାସ ପୂର୍ବାଞ୍ଚଳ ଆବାହକ / ଉପ ସଭାପତି ଅଖିଳ ଭାରତୀୟ ଯାଦବ ମହାସଭା,ଇଂ ପ୍ରଦିପ ବେହେରା ସଭାପତି ଅଖିଳ ଭାରତୀୟ ଯୁବ ଯାଦବ ମହାସଭା, ସାଂଗଠନିକ ସମ୍ପାଦକ ଉକôଳ ଯାଦବ ମହାସଭା, ଲମ୍ବୋଦର ନିଆଲ ଉପ ସଭାପତି ଉକôଳ ଯାଦବ ମହାସଭା, ପ୍ରଫୁଲ ଦାସ ସଂପାଦକ ଅଖିଳ ଭାରତୀୟ ଯାଦବ ମହାସଭା, ନନ୍ଦଲାଲ ସିଂ କଳସ ଯାତ୍ରା ଓଡିଶା ରାଜ୍ୟ ସଂଯୋଜକ ତଥା ସାଧାରଣ ସଂପାଦକ ଉକôଳ ଯାଦବ ମହାସଭା, ତ୍ରିଲୋଚନ ନାଗ ସାଧାରଣ ସମ୍ପାଦକ ଉକ୍ରଳ ଯାଦବ ମହାସଭା, ରାମଲାଲ ହଂସ -ଉପଦେଷ୍ଟା ଉକ୍ରଳ ଯାଦବ ମହାସଭା,ମମତା ମଂଜରୀ ଥପା ସଭାନେତ୍ରୀ ନୁଆପଡା ଜିଲ୍ଲା ଯାଦବ ମହାସଭା,କପିଲେନ୍ଦ୍ର ଭୋଇ ରାଜ୍ୟ ଯୁବ ସାଧାରଣ ସଂପାଦକ ଉକ୍ରଳ ଯାଦବ ମହାସଭା, କୁନୁ କରୁଆଁ ମିଡିଆ ସେଲ ସଂଯୋଜକ ଉକôଳ ଯାଦବ ମହାସଭା, ଗୋବିନ୍ଦ ବନଛୋର ସାଧାରଣ ସଂପାଦକ ଉକ୍ରଳ ଯାଦବ ମହାସଭା, ଚଞ୍ଚଳ ସଗରିଆ ଉପ ସଭାପତି ନୁଆପଡା ଜିଲ୍ଲା ଯାଦବ ମହାସଭା, ସତ୍ୟବ୍ରତ ଗହିର କାର୍ଯ୍ୟକାରୀ ସଭାପତି ନୁଆପଡା ଜିଲ୍ଲା ଯାଦବ ମହାସଭା, ଯୁଧିଷ୍ଠିର ସଗରିଆ, କୋଷାଧ୍ୟକ୍ଷ ନୁଆପଡା ଜିଲ୍ଲା ଯାଦବ ମହାସଭା,ସନ୍ତୋଷ ନିଆଲଉପଦେଷ୍ଟା ନୁଆପଡା ଜିଲ୍ଲା ଯାଦବ ମହାସଭା,କିର୍ତ୍ତନ ପୋଡ ସଭାପତି ଖଡିଆଳ ବ୍ଲକ ଯାଦବ ମହାସଭା,ତାରାଚନ୍ଦ ଥପା ସଭାପତି କୋମନା ବ୍ଲକ ଯାଦବ ମହାସଭା,ରାଜ କୁମାର ହେର୍ନା ସଭାପତି ବୋଡେନ ବ୍ଲକ ଯାଦବ ମହାସଭା, ଜୌତିର୍ଣ ବନ୍ଦିଛୋର ସାଂସ୍କୃତିକ ସମ୍ପାଦକ ନୁଆପଡା ଜିଲ୍ଲା ଯାଦବ ମହାସଭା, ନିତ୍ୟାନନ୍ଦ କଟା ଉପଦେଷ୍ଟା ନୁଆପଡା ଜିଲ୍ଲା ଯାଦବ ମହାସଭା, ଘନଶ୍ୟାମ ଭୋଇ ଉପଦେଷ୍ଟା ନୁଆପଡା ଜିଲ୍ଲା ଯାଦବ ମହାସଭା, ହେମନ୍ତ ମଣି କଟା ସଂପାଦକ ପ୍ରମୁଖ ସାମିଲ ଥିଲେ ।