ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟର "ରଥ ସଂଖ୍ୟା' ଲୋକାର୍ପିତ
ପୁରୀ: ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ଓଡ଼ିଶା ପକ୍ଷରୁ ଟ୍ରଷ୍ଟର ବିଶେଷ ରଥ ସଂଖ୍ୟା ଲୋକାର୍ପଣ ହୋଇଛି । କୁଳମଣି ଭବନ ପରିସରରେ ଟ୍ରଷ୍ଟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକାର୍ପଣ ଉସôବରେ ଶ୍ରୀ ଦାସ କହିଥିଲେ ଯେ, ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାକୁ ବିଜୟ ଘୋଷ ଯାତ୍ରା କୁହାଯାଏ । ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କ ସ୍ୱତନ୍ତ୍ର ସେବା ନୀତିପରେ ବିଜେ କାହାଳୀ ବାଜିଥାଏ । ରଥଟଣା ପରାମ୍ପରା ଭାରତ ବର୍ଷର କେଉଁଠି ଦୃଷ୍ଟିଗୋଚର ହୁଏନାହିଁ । ଅତିଥିଭାବେ ଯୋଗଦାନ କରି ଦଇତାପତି ସେବକ ରଘୁନାଥ ଦାସମହାପାତ୍ର କହିଥିଲେ ଯେ, ନାଦବ୍ରହ୍ମ, ଧ୍ୱନିବ୍ରହ୍ମ, ଶବ୍ଦବ୍ରହ୍ମ, ଜ୍ଞାନବ୍ରହ୍ମ ଓ ଅନ୍ନବ୍ରହ୍ମ ରୂପେ ଶ୍ରୀଜଗନ୍ନାଥ ଧାମ ପରିଚିତ । ପତ୍ରିକାର ମୁଖ୍ୟ ସଂପାଦକ ଐତିହାସିକ ମଦନମୋହନ ମହାପାତ୍ର ଆଧ୍ୟାତ୍ମିକ ପତ୍ରିକାରେ ପ୍ରକାଶିତ ଲେଖାକୁ ସମୀକ୍ଷା କରିଥିଲେ । ଉପଦେଷ୍ଟା ପ୍ରତିଭା ତି୍ରପାଠୀ, ଉପାଧ୍ୟକ୍ଷ ବିନୋଦ କୁମାର ପଣ୍ଡା, ପ୍ରାଧ୍ୟାପମ ସର୍ବେଶ୍ୱର ଷଡ଼ଙ୍ଗୀ, ଶିବସୁନ୍ଦର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସଂପାଦକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ଏହି ଅବସରରେ ରଥ ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା ।