ଲୁଟ୍‌ କରି କ୍ୟାବ୍‌ ଡ୍ରାଇଭର ଗିରଫ

ଭୁବନେଶ୍ୱର : ଯାତ୍ରୀଙ୍କୁ ଲୁଟ୍‌ କରି ବନ୍ଧା ହେଲେ କ୍ୟାବ୍‌ ଡ୍ରାଇଭର । କ୍ୟାବ୍‌ ଡ୍ରାଇଭରଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୁଲିସ । ଡ୍ରାଇଭର  ନାଁରେ ପୂର୍ବରୁ ୪ ଅପରାଧିକ ମାମଲା ରହିଛି ।

 

  ସୂଚନା ଅନୁସାରେ, ଯାତ୍ରୀ ଜଣଙ୍କ ଥାଇଲ୍ୟାଣ୍ଡରୁ ବୁଲାବୁଲି ସାରି ଭୁବନେଶ୍ୱର ଫେରିଥିଲେ । କଟକ ସିଡ଼ିଏ ଯିବା ପାଇଁ ସେ ଏକ କ୍ୟାବ୍‌ ବୁକ୍‌ କରିଥିଲେ । ଯିବା ସମୟରେ ସେ ଲୁଟ୍‌ର ଶିକାର ହୋଇଛନ୍ତି । ପେଟ୍ରୋଲ ପମ୍ପରେ ସିଏନ୍‌ଜି ପକାଇବାକୁ କହି କ୍ୟାବ୍‌ ଡ୍ରାଇଭର ଜଣଙ୍କ ଯାତ୍ରୀଙ୍କୁ ଓହ୍ଲାଇ ଦେଇଥିଲେ । ଏହି ସମୟର ସୁଯୋଗ ନେଇ କ୍ୟାବ୍‌ ସହ କ୍ୟାବ୍‌ରେ ଥିବା ସମସ୍ତ ଅଳଙ୍କାର ନେଇ ଚମ୍ପଟ ମାରିଥିଲା ଡ୍ରାଇଭର । ଅଭିଯୋଗ ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଏକ ଟିମ୍‌ ଗଠନ କରି ୮ ଘଣ୍ଟା ମଧ୍ୟରେ ଧରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତଙ୍କୁ ଗିରଫ ପରେ ତାଠାରୁ ଲୁଟ୍‌ ହୋଇଥିବା ୨୦ଲକ୍ଷ ଟଙ୍କାର ହୀରା, ସୁନା ଓ ବିଦେଶୀ ମୁଦ୍ରା ଜବତ କରାଯାଇଛି । ଏହା ଅଭିଯୁକ୍ତ ଡ୍ରାଇଭର ନାଁରେ ପୂର୍ବରୁ ୪ ଅପରାଧିକ ମାମଲା ରହିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।