ଫେରାର ଅଭିଯୁକ୍ତ ସିକନ୍ଦର ଆଲାମ ଗିରଫ

ଜଗତସିଂହପୁର : ଜଗତସିଂହପୁର ପୁଲିସକୁ ମିଳିଲା ବଡ଼ ସଫଳତା । ପୁଲିସ ହାତରେ ଧରାପଡିଲା ଫେରାର ଅଭିଯୁକ୍ତ ସିକନ୍ଦର ଆଲାମ । ଯାଜପୁରରୁ ଗିରଫ କଲା ଜଗତସିଂହପୁର ପୁଲିସ । ସିକନ୍ଦରର ଜଗତ୍ସିଂହପୁର ସ୍ଥିତ ଘରେ ଚଢାଉ ପରେ ୭ ଦିନ ଧରି ସେ ଫେରାର ଥିଲା । ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ଥିଲା ଜଗତସିଂହପୁର ପୁଲିସ । ସିକନ୍ଦର ଠାରୁ ତାର ପାସପୋର୍ଟ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି । ଏକ ଅଜ୍ଞାତ ସ୍ଥାନରେ ରଖି ପଚାରା ଉଚରା ଜାରି ରଖିଛି ।

     ସୂଚନା ଅନୁସାରେ, ଗତ ୧୬ ତାରିଖ ସନ୍ଧ୍ୟାରେ ବେହେରାମପୁର ବସ୍ତିରେ ଚଢ଼ାଉ କରିଥିଲା ପୁଲିସ । ସନ୍ଦିଗ୍ଧ ବାଂଲାଦେଶୀ ରହୁଥିବା ସନ୍ଦେହରେ ହୋଇଥିଲା ଚଢ଼ାଉ । ଅତିରିକ୍ତ ଏସ୍‌‌ପି, ତରିକୁନ୍ଦ ବିଟ ହାଉସ୍‌‌ ଅଧିକାରୀ ଓ ମହିଳା କନଷ୍ଟେବଳ ସମେତ ୫ ଜଣ ଚଢ଼ାଉରେ ସାମିଲ ଥିଲେ । ପୁଲିସର ଚଢ଼ାଉ ସମୟରେ ପୁଲିସ ଓ ବାଂଲାଦେଶୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଉକ୍ତ ଅଞ୍ଚଳରେ ଏକ ଭଡା ଘରେ ୩୦ରୁ ଊଦ୍ଧ୍ୱର୍‌ ସନ୍ଦିଗ୍ଧ ବାଂଲାଦେଶୀ ଭଡା ରହୁଥିବା ସୂଚନା ମିଳିଥିଲା । ଘଟଣାସ୍ଥଳରେ ଦୁଇ ପ୍ଲାଟୁନ ପୁଲିସ ମୁତୟନ ହୋଇଥିବା ବେଳେ ଚଢ଼ାଉ ବେଳେ ୧୦ରୁ ଉଦ୍ଧ୍ୱର୍‌ ବାଙ୍ଗଲାଦେଶୀ ଫେରାର ହୋଇଯାଇଥିଲେ । ସେମାନେ ରହୁଥିବା ଘରୁ ଗୋଟେ ଦେଶୀ ବନ୍ଧୁକ ଏବଂ ଅନ୍ୟାନ୍ୟ ବେଆଇନ ସାମଗ୍ରୀ ସହ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି । ସେହିପରି ୫ଟି ଆନ୍ଧ୍ର କଟୁରି ସହିତ ଅନେକ ଆପତ୍ତି ଜନକ ସାମଗ୍ରୀ ମିଳିଥିଲା । ସେବେଠାରୁ ସିକନ୍ଦର ଫେରାର ହୋଇଯାଇଥିଲା । ବେହେରାମପୁର ବସ୍ତିରେ ସରକାରୀ ଜାଗାରେ ବେଆଇନ ଘର ତିଆରି କରି ବାଂଲାଦେଶୀଙ୍କୁ ରଖିଥିଲା ସିକନ୍ଦର । ସିକନ୍ଦରର ବିଦେଶୀ ଲିଙ୍କ ରହିଥିବା ସୂଚନା । ଏକ ଅଜ୍ଞାତ ସ୍ଥାନରେ ରଖି ପଚାରା ଉଚରା ଜାରି ରଖିଛି ।