ଶଙ୍ଖ ଭବନରେ ଛେନାପୋଡ଼ ଦିବସ
ଭୁବନେଶ୍ୱର : ଓଡ଼ିଶାର ପାରମ୍ପରିକ ମିଠା ଛେନାପୋଡ଼ ପାଇଁ ଉସôର୍ଗୀତ ଛେନାପୋଡ଼ ଦିବସ ଆଜି ଶଙ୍ଖ ଭବନରେ ଉସôାହ ସହ ପାଳିତ ହୋଇଯାଇଛି । ଏହି ଅବସରରେ ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଡ଼ ସଂତୃପ୍ତ ମିଶ୍ର, ମୁଖପାତ୍ର ଡ଼ ଲେଖାଶ୍ରୀ ସାମସିଂହାର, ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି, ଡ଼ ପ୍ରିୟବ୍ରତ ମାଝୀ, ତୁମ୍ବନାଥ ପଣ୍ଡା, ଇପ୍ସିତା ସାହୁ, ସୋଫିଆ ଆଲାମ, ବିଶ୍ୱପ୍ରତାପ ସାହୁ ଓ ଅରୂପ ଶ୍ରୀଚନ୍ଦନ ପ୍ରମୁଖଙ୍କ ଉପସ୍ଥିତିରେ ଛେନାପୋଡ଼ କାଟି ବଣ୍ଟନ କରାଯାଇଥିଲା ।