ଶବ ବ୍ୟବଚ୍ଛେଦ ଭତ୍ତା ବୃଦ୍ଧି

ଶବ ବ୍ୟବଚ୍ଛେଦ ଭତ୍ତା ବୃଦ୍ଧି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ଓ ଡାକ୍ତରମାନଙ୍କ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟକୁ ସମ୍ମାନ ଦେବା ଦିଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରିଜଲୁସନ ନମ୍ବର ୯୬୫ ତାରିଖ ୦୯/୦୧/୨୦୨୬ ଅନୁସାରେ, ଓଡ଼ିଶା ମେଡିକାଲ ହେଲଥ ସର୍ଭିସ (ଓଏମଏଚଏସ) କ୍ୟାଡରର ମେଡିକାଲ ଅଧିକାରୀଙ୍କ ପାଇଁ ଶବ ବ୍ୟବଚ୍ଛେଦ ନିମନ୍ତେ ଦିଆଯାଉଥିବା ଭତ୍ତାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ପ୍ରତି କେସକୁ ୫୦୦ ଟଙ୍କା ଭତ୍ତା ଦିଆ ଯାଉଥିବା ବେଳେ ଏବେ ଏହି ଭତ୍ତାକୁ ବୃଦ୍ଧି କରି ୧,୦୦୦ ଟଙ୍କା କରାଯାଇଛି । ଏହି ଭତ୍ତା ଦାବି ସମୟରେ ସମ୍ପୃକ୍ତ ପୁଲିସ କେସ୍‌ ନମ୍ବର ଉଲ୍ଲେଖ କରିବା ଅନିବାର୍ଯ୍ୟ ହେବ । ଏଥିନିମନ୍ତେ ଅର୍ଥ ବିଭାଗର ସମ୍ମତି ମଧ୍ୟ ମିଳିଛି ।