ଓଡ଼ିଶାରୁ କିଏ ପାଇଲେ ପଦ୍ମଶ୍ରୀ
padmashree

ନୂଆଦିଲ୍ଲୀ : ଓଡ଼ିଶାରୁ ଅଦ୍ୱୈତ ଚରଣ ଗଡ଼ନାୟକଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ । କଳା କ୍ଷେତ୍ରରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେହିପରି ଦୁର୍ଗା ଚରଣ ରଣବୀରଙ୍କୁ ବି କଳା ପାଇଁ ପୁରସ୍କାର ମିଳିବ । ଅପରପକ୍ଷରେ ସାହିତ୍ୟ ଓ ଶିକ୍ଷା ନିମନ୍ତେ ପ୍ରତିଭା ଶତପଥିଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ମେଡ଼ିସିନ୍ କ୍ଷେତ୍ରରେ ଅଶୋକ କୁମାର ମହାପାତ୍ରଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ମିଳିବ ।