ସଂସଦରେ ଡ୍ରାମା ନୁହେଁ, ଡେଲିଭରି ହେଉ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହା ନଭେମ୍ବର୧୯ତାରିଖ ପର୍ଯ୍ୟନ୍ତ ଚାଲିବ।ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମ୍ବାଦିକ ସମ୍ମିଳନୀରେ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି । ସବୁ ଦଳକୁ ଅଧିବେଶନରେ ସହଯୋଗ କରିବାକୁ ମୋଦୀ ନିବେଦନ କରିଛନ୍ତି । ଗୃହ କାର୍ୟ୍ୟରେ ବାଧା ନଦେବାକୁ ବିରୋଧୀଙ୍କୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ସଂସଦରେ ଡ୍ରାମା ନୁହେଁ ଡେଲିଭରି ଆବଶ୍ୟକ । ଡ୍ରାମା କରିବାକୁ ବହୁତ ସ୍ଥାନ ରହିଛି, ସେଠାରେ କର, ଏଠାରେ କର ନାହିଁ । ଯେଉଁଠାରେ ହାରିଛନ୍ତି ସେଠାରେ ଯାଇକି କରନ୍ତୁ ବୋଲି ମୋଦୀ ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି । ଚଳିତ ଅଧିବେଶନରେ ୧୫ଟି କାର୍ୟ୍ୟ ଦିବସ ରହିଥିବା ବେଳେ ୧୪ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହୋଇପାରେ ।
ପରାଜୟର ନିରାଶାରୁ ବିରୋଧୀଙ୍କୁ ବାହାରିବାକୁ ଅପିଲ୍ କରିଛନ୍ତି ମୋଦୀ । କିଛି ବିରୋଧୀ ଦଳ ସେମାନଙ୍କ ପରାଜୟକୁ ସ୍ୱୀକାର କରିପାରୁନାହାଁନ୍ତି, ପରାଜୟର ସବୁ ରାଗ, କ୍ରୋଧ ସେମାନେ ସଂସଦରରେ ଆସି ସୁଝାନ୍ତି । ପରାଜୟର ଭୟ ଏଡି ବିତର୍କର କ୍ଷେତ୍ର ନହେଉ ବୋଲି ମୋଦୀ କହିଛନ୍ତି । ଡ୍ରାମା କରିବାକୁ ଅନେକ ସ୍ଥାନ ରହିଛି, ଏଠି ଡ୍ରାମା ନୁହେଁ ଡେଲିଭରି ଆବଶ୍ୟକ । ସେହିପରି ନାରାବାଜୀ ପାଇଁ ମଧ୍ୟ ଅନେକ ସ୍ଥାନ ରହିଛି, ଏଠି ନାରାବାଜି ନକରି ନୀତି ଓ ଦେଶ ଗଠନରେ ସକରାତ୍ମକ ଭୂମିକା ନିର୍ବାହ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ନିଶାନା କରି କହିଛନ୍ତି । ଚଳିତ ଅଧିବେଶନରେ ୧୫ଟି କାର୍ୟ୍ୟ ଦିବସ ରହିଥିବା ବେଳେ ୧୪ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହୋଇପାରେ ।