ସତର୍କତା ସଚେତନତା ସପ୍ତାହ ପାଳିତ

 ଜଟଣୀ : ସତର୍କତା ସଚେତନତା ସପ୍ତାହ ପାଳନକୁ ଦୃଷ୍ଟିରେ ରଖି ଖୋର୍ଦ୍ଧାରୋଡ ରେଳମଣ୍ଡଳ ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ଏକ ସେମିନାର ଆୟୋଜିତ ହୋଇଛି । ଯାହା ରେଳ ପ୍ରଶାସନରେ ସଦଚାର ଓ ପାରଦର୍ଶିତାର ବିକାଶ କରିବା ଉଦେ୍ଦଶ୍ୟ ନେଇ ଆୟୋଜିତ ହୋଇଥିଲା । ସେମିନାରରେ ରେଳ ବିଭାଗର ସ୍ୱାସ୍ଥ୍ୟ, ଷ୍ଟୋରସ, ଆକାଉଣ୍ଟସ ବିଭାଗ ସହିତ ସଂପୃକ୍ତ ବିଜିଲାନ୍ସ ସମସ୍ୟାବଳୀ ଉପରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଖୋର୍ଦ୍ଧାରୋଡ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଶୁଭ୍ରଜ୍ୟୋତି ମଣ୍ଡଳ ଯୋଗଦାନ କରି ସତର୍କତା ସମ୍ବନ୍ଧରେ ତାଙ୍କର ଅନୁଭବ ଓ ଅନୁପ୍ରେରଣାଦାୟକ ମତବ୍ୟକ୍ତ କରିଥିଲେ । ଏହି ସେମିନାରକୁ ପୂର୍ବତଟ ରେଳପଥ ଉପମୁଖ୍ୟ ସତର୍କତା ଅଧିକାରୀ ରମେଶ କାମିନି ପରିଚାଳନା କରିବା ସହ ସମସ୍ତ ବିଭାଗରେ ସ୍ୱଚ୍ଛତା ଓ ପ୍ରତିଷେଧକ ସଜାଗତାର ଉନ୍ନତି ଆଣିବା ପାଇଁ ଦୃଢ଼ ମତ ରଖିଥିଲେ  ।