ସନାତନ ଶୃଙ୍ଖଳାର ସଂରକ୍ଷକ: ସ୍ୱାମୀ ସତ୍ୟାନନ୍ଦ


ଏହି ଦେବୋତ୍ତୀର୍ଣ୍ଣ ଭାରତ ଭୂମିରେ ଯେତେବେଳେ ଧର୍ମ ବିଚୁ୍ୟତି ଘଟେ, ସମାଜ ବିଶୃଙ୍ଖଳିତ ହୋଇଯାଏ, ସେହି ବିଷମ ସମୟରେ ଦେବଲୋକରୁ ଅନେକ ଧର୍ମାତ୍ମା ପରମାତ୍ମାଙ୍କ କିଛି ଦିବ୍ୟ ଶକ୍ତି ଧାରଣ କରି ଧରାପୃଷ୍ଠରେ ଅବତରଣ ହୋଇ ମାନବ ସମାଜକୁ ସତ୍ ଗ୍ରନ୍ଥର ମାର୍ଗ ଦେଖାଇବା ସହ ନିଜ ଜୀବନ କାଳରେ କଠୋର ଭାବରେ ଆଚରଣ କରି ସମାଜକୁ ଜ୍ଞାନାଲୋକ ବର୍ତ୍ତିକା ଦେଇ ବିପଥଗାମୀ ମାନଙ୍କୁ ସତ୍ ପଥରେ ଆଣିବାରେ ଚେଷ୍ଟିତ ଥାଆନ୍ତି  । ସତ୍ୟ, ଧର୍ମ,ନ୍ୟାୟକୁ ଜୀବନର ଆଦର୍ଶ ଭାବେ ଗ୍ରହଣ କରି ନେଇ ଥାଆନ୍ତି ଏହି ମହାତ୍ମା ମାନେ ଜୀବନର ଅନେକ ଦୁଃଖ କଷ୍ଟ ସହ୍ୟ କରି ଅନ୍ୟାୟ ଅନୀତିର ପୃଷ୍ଠପୋଷକ ସାଜିଥିବା ବ୍ୟକ୍ତିମାନଙ୍କୁ ସତ୍ ପଥକୁ ଆଣିବାରେ ଅନୁପ୍ରାଣିତ କରିଥାଆନ୍ତି ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ବଳରେ  । ସେମାନଙ୍କ ବାଣି, ବ୍ୟବହାର ଓ ନୀତିସମ୍ମତ୍ତ ଉପଦେଶ ବିପଥଗାମୀ ମାନଙ୍କୁ ସତ୍ ପଥରେ ଆଣି ଏକ ସରସ ସୁନ୍ଦର ଜୀବନ ଯାପନ କରାଇବାରେ ସହାୟକ ହୋଇଥାଆନ୍ତି  । 
  ଏହି ପରଂପରା ଅତୀବ ପ୍ରାଚୀନ କେତେବେଳେ ବ୍ୟାସଦେବ, ଶୁକଦେବ, ବଶିଷ୍ଠ,ଆତ୍ରୀୟ ଋଷିଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ଅନେକ ସାଧୁ ସନ୍ଥ ଅବସ୍ଥିତ ଏବଂ ତନ୍ମଧ୍ୟରୁ ସଦ୍ ଗୁରୁଦେବ ସ୍ୱାମୀ ସତ୍ୟାନନ୍ଦ ସରସ୍ୱତୀ ମହାରାଜ ଅନ୍ୟତମ  । ଭାରତୀୟ ସନାତନ ଧର୍ମଧାରାର ପ୍ରବାହରେ ବୈଷ୍ଣବ ତଥା ଶାକ୍ତ ଦୁଇଟି ସ୍ୱୟଂ ଶିଦ୍ଧ ଏବଂ ସମୟର କଷଟି ପଥରରେ ପରିକ୍ଷିତ ପରମ୍ପରା  । ଏହି ଦୁଇଟି ପରମ୍ପରା ରେ ବିରୋଧାଭାଷ ନାହିଁ ବରଂ ପରସ୍ପର ଉଭୟ ମାର୍ଗର ଲକ୍ଷ୍ୟ ଏକ "ବ୍ରହ୍ମ ପ୍ରାପ୍ତି’  । ଉଭୟ ପରମ୍ପରାର ପରିପ୍ରକାଶ ହିଁ କାଳୀକୃଷ୍ଣ ଏବଂ ତହିଁରୁ ଜନ୍ମଲାଭ କରିଥିବା "କାଳୀକୃଷ୍ଣ ସଂଘ’   । ସତ୍ୟର ସନ୍ଧାନୀ ଶ୍ରୀ ସତ୍ୟାନନ୍ଦ ନିଜର ସତ୍ୟ ନିଷ୍ଠା ସାଧନା ବଳରେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ  ମା ‘କାଳୀ ଓ ଶ୍ରୀକୃଷ୍ଣ' ଏକ ନୀର୍ଗୁଣ ବ୍ରହ୍ମରୁ ସଗୁଣ ପରିପ୍ରକାଶ  । ଭାରତୀୟ ଧର୍ମ ଶାସ୍ତ୍ର କହେ,ଯଃ କାଳୀ ସଃ କୃଷ୍ଣ , ନୀଳାଦ୍ରୌ ଜଗନ୍ନାଥ ସାକ୍ଷାତ ଦକ୍ଷିଣ କାଳୀକା ।ଏମିତି ଅନେକ ଶାସ୍ତ୍ରରେ ପ୍ରମାଣ ରହିଛି ଉକôଳର ଶ୍ରୀ ଜଗନ୍ନାଥ କାଳୀ ଓ କୃଷ୍ଣ ତତ୍ତ୍ୱର ଅପୂର୍ବ ମିଶ୍ରିତ ପରମ୍ପରା ଏବଂ ପୂର୍ଣ୍ଣବ୍ରହ୍ମ ଏହି ସିଦ୍ଧାନ୍ତ ଉପରେ ଆଧାରିତ  । କାଳୀକୃଷ୍ଣ ସଂଘ ଯାହାର ପ୍ରତୀକ ହେଲା :-
 "ପରୋପକାରାୟ ସ୍ୱର୍ଗାୟ ପାପାୟ ପରପୀଡନମ’ ।
  "ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମ? ଭୟାବହ’  ।
ମହାମନ୍ତ୍ର:- ଓଁ ଶ୍ରୀଗୁରୁ କାଳୀକୃଷ୍ଣ ଜଗନ୍ନାଥାୟ ନମଃ  ।
  ତ୍ୟାଗ ଆତ୍ମୋସôର୍ଗର ତପୋବନରେ ହିଁ ଆଦର୍ଶର ପୁଷ୍ପ ପ୍ରଷ୍ଫୁଟିତ ହୋଇ ନିଜର ସୌରଭରେ ଜନମନ ହରଣ କରିଦେଇଥାଏ  । ଆତ୍ମ ବଳିଦାନ ହିଁ ଯେ କୌଣସି ବ୍ୟକ୍ତିକୁ ଶ୍ରେଷ୍ଠତର ସର୍ବୋଚ୍ଚÿ ଶିଖରକୁ ନେଇଯାଇଥାଏ  ।
   ଶ୍ରୀସତ୍ୟାନନ୍ଦ ମହାରାଜ ଓଡ଼ିଶା ରାଜ୍ୟର କୋରାପୁଟ ଜିଲ୍ଲା ଜୟପୁର ସହରର ବଣ ଜଙ୍ଗଲ ଘେରା ଆଦିବାସୀ ବହୁଳ ଅଞ୍ଚଳ ଯେଉଁଠାରେ ଅନ୍ଧବିଶ୍ୱାସ, ବଳୀ ପ୍ରଥା ଯୋଗୁଁ ନିରୀହ ପଶୁମାନଙ୍କ ଜୀବନହାନି;  ଏପରିକି ମନୁଷ୍ୟକୁ ମଧ୍ୟ ବଳି ଦିଆଯାଉଥିଲା ବୋଲି ପ୍ରଚାର ହେଉଥିଲା, ତେଣୁ କରି ସତ୍ୟାନନ୍ଦ ସରସ୍ୱତୀ ମହାରାଜ ଆଜକୁ ୪୦ବର୍ଷ ପୂର୍ବେ ୧୯୮୫-୮୬ ମସିହାରେ କାଳୀକୃଷ୍ଣ ସଂଘ ସଂସ୍ଥାପିତ କରି ବିଭିନ୍ନ ଗାଁ,ବସ୍ତି, ସାହି ସାହି ଭ୍ରମଣ କରି ସାଧାରଣରୁ ସାଧାରଣ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ପ୍ରଚାର କଲେ ଭଗବାନ କାଳୀକୃଷ୍ଣଙ୍କ ମହିମା ଭଗବାନ ଶ୍ରୀକୃଷ୍ଣଙ୍କୁ ଯେମିତି ତୁଳସୀ ପତ୍ର,ଗନ୍ଧ, ପୁଷ୍ପ,ଧୂପ,ଦୀପ, ନୈବେଦ୍ୟ  ଦେଇ ପୂଜା କରାଯାଏ ଠିକ୍ ସେମିତି ମା କାଳୀଙ୍କୁ ମନ୍ଦାର ଫୁଲ,ବେଳପତ୍ର,ଗନ୍ଧ, ପୁଷ୍ପ, ଧୂପ, ଦୀପ, ଫଳ , ମିଷ୍ଟାନ୍ନ ନୈବେଦ୍ୟ ଦେଇ ସନ୍ତୁଷ୍ଟ କରାଯାଇ ପାରିବ, କାରଣ  :- ମା କାଳୀ ହିଁ ଶ୍ରୀକୃଷ୍ଣ ।
 ଶ୍ରୀକୃଷ୍ଣ ହିଁ ଜଗନ୍ନାଥ ।ଶାସ୍ତ୍ରରେ ଉଲ୍ଲେଖ ଅଛି:-"ତାରା ସାକ୍ଷାତ ଶୂଳ ପାଣି ସୁଭଦ୍ରା ଭୂବନେଶ୍ୱରୀ  ।ନିଳାଦ୍ରୈତୁ ଜଗନ୍ନାଥ ସାକ୍ଷାତ ଦକ୍ଷିଣ କାଳୀକା ।ା
      ଏହି ପରିପ୍ରେକ୍ଷୀରେ ଲୋକମାନଙ୍କ ଆଧ୍ୟାତ୍ମିକ ଦିଗକୁ ଆକର୍ଷଣ କରିବା ନିମନ୍ତେ କାଳୀକୃଷ୍ଣ ମେଳା ଓ ପ୍ରାର୍ଥନା ଅନୁଷ୍ଠାନ କରି ଗ୍ରାମେ ଗ୍ରାମେ ଶାଖା ସଂଘ ଗଠନ କରିବା  ସଙ୍ଗେ ସଙ୍ଗେ ଲୋକମାନଙ୍କ ମାନସିକ ଶାନ୍ତି ଆଣିବା ସହ ସେମାନଙ୍କ ମନୋସ୍କାମନା ପୂର୍ଣ୍ଣ ହେବାରେ ସହାୟକ ହୋଇଥିଲେ  । ଭୀମ ଭୋଇଙ୍କ ପରି ସଦ୍ ଗୁରୁଦେବ ସ୍ୱାମୀ ସତ୍ୟାନନ୍ଦ ସରସ୍ୱତୀ ମହାରାଜଙ୍କ ଉଦାରତା ତାଙ୍କର ଏହି ଉଦ୍ଘୋଷଣାରୁ ଜଣାଯାଏ  ।
"ଜଗତ ବାସୀଙ୍କ ଯେତେ ଦୁଃଖ ଅଛି
  ସବୁ ମୋର ମୁଣ୍ଡେ ଥୁଅ  ।
ମୋର ପୁଣ୍ୟଫଳ ସମସ୍ତେ ଭୋଗନ୍ତୁ
   ପାପ ସବୁ ମୋତେ ଦିଅ’  ।
କାଳୀକୃଷ୍ଣ ତତ୍ତ୍ୱ ଭଳି ଏକ ଗହନ ରହସ୍ୟକୁ ଉନ୍ମୋଚନ କରି ଶ୍ରୀ ସତ୍ୟାନନ୍ଦ କହୁଥିଲେ:- ପ୍ରଭୁ ଜଗତ ଠାକୁର ହିଁ ଆରାଧ୍ୟ କାଳୀକୃଷ୍ଣ, ଜଗନ୍ନାଥଙ୍କ କଳକୀ ଅବତାର ସ୍ୱୟଂ କାଳୀକୃଷ୍ଣ ଅଟନ୍ତି  । ଏହି ମହାନ୍ ଗୋପନ ତତ୍ତ୍ୱକୁ ଜନ ସମାଜରେ ଅବଗତ କରାଇବା ପାଇଁ ସେ ବାରମ୍ବାର ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ ଧର୍ମ ପୁସ୍ତକର ଉଦାହରଣ ଦେଇ ପ୍ରଚାର ପ୍ରସାର କରୁଥିଲେ  ।
  ୧୯୪୨ ମସିହା ଜୁଲାଇ ୨୦ତାରିଖରେ ଜନ୍ମଗ୍ରହଣ କରିଥିବା ସତ୍ୟାନନ୍ଦ ସରସ୍ୱତୀ ମହାରାଜା ଅନ୍ୟମାନଙ୍କ ପାଇଁ ବଞ୍ଚିବା ଅପେକ୍ଷା ସେମାନଙ୍କ ହୃଦୟରେ ସବୁଦିନ ବଞ୍ଚିରହିବା ସକାଶେ ମତପ୍ରକାଶ କରୁଥିଲେ ।ସତ୍ୟାନନ୍ଦଙ୍କ ଅକ୍ଷୟ କୀର୍ତ୍ତି ଓ କୃତ୍ତି ବିଶ୍ୱବାସୀଙ୍କ ହୃଦୟରେ ସଦା ସ୍ମରଣୀୟ ହୋଇ ରହିବ  । 
       ଶ୍ରୀ ଜଗଦାନନ୍ଦଜୀ
ଜୟପୁର
ମୋ:୯୪୩୭୨୩୬୫୭୫