ସମୀକ୍ଷା ସମନ୍ନିତା ଖଇରା ବ୍ଲକ ଟପ୍ପର
ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ଡୁଙ୍ଗୁରା ଦର୍ଶନ ପ୍ରସାଦ ହାଇସ୍କୁଲର ଛାତ୍ରୀ ସମୀକ୍ଷା ସମନ୍ନିତା ଶତପଥୀ ମାଟ୍ରିକ ପରୀକ୍ଷାରେ ୫୮୨ମାର୍କ ରଖି ଖଇରା ବ୍ଲକରେ ଟପ୍ପର ଓ ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସେ ଦିନକୁ ୮ରୁ ୧୦ଘଣ୍ଟା ପରିଶ୍ରମ କରୁଥିଲେ । ଜଣେ ସଫଳ ଡାକ୍ତର ହୋଇ ରୋଗୀ ସେବା କରିବା ତାଙ୍କର ଲକ୍ଷ୍ୟ । ପାଠପଢିବା ସହ ଗଳ୍ପ ଲେଖିବା କୁଇଜ ପ୍ରତିଯୋଗିତାରେ ଅଂଶ କରିବା ତାଙ୍କର ଅନ୍ୟ ଏକ ହବି ବୋଲି ସାକ୍ଷାତକାରରେ କହିଛନ୍ତି । ସେ ତାଙ୍କର ଏହି ସଫଳତାର ଶ୍ରେୟ ଶିକ୍ଷୟିତ୍ରୀ ମା’ ଗିତିପ୍ରଭା ଓ ଅଧ୍ୟାପକ ବାପା ସଞ୍ଜୟ ଶତପଥୀ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି ।