ସରକାରୀ କାର୍ଯ୍ୟାଳୟ ଖୋଲିବାରେ ବିଳମ୍ବ

ଗୋପ : ରାଜ୍ୟରେ ପ୍ରବଳ  ଗ୍ରୀଷ୍ମ ପ୍ରଭାବକୁ ଦୁଷ୍ଟିରେ ରଖି ସମସ୍ତ ସରକାରୀ ଅନୁଷ୍ଠାନ ସକାଳୁଆ କାର୍ଯ୍ୟାଳୟ କରିବାପାଇଁ ସରକାର ନିଦେ୍ର୍ଧଶ ଦେଇଛନ୍ତି  । କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଉଛି ସକାଳୁଆ କାର୍ଯ୍ୟାଳୟରେ କୌଣସି ଅଧିକାରୀ ଓ ଅଧିକାରିଣୀ ସଠିକ ସମୟରେ କାର୍ଯ୍ୟାଳୟରେ ପହଞ୍ଚି ପାରୁନାହାନ୍ତି । ଖାଲି ନାମକୁ ମାତ୍ର ସକାଳୁଆ କାର୍ଯ୍ୟାଳୟ ଆରମ୍ଭ ହେଉଛି ସତ କିନ୍ତୁ, ଦିନ ୧୦ ଟାରେ କାର୍ଯ୍ୟାଳୟକୁ ଆସୁଛନ୍ତି । ଯାହାଫଳରେ ଦୂରଦୂରାନ୍ତରୁ ଆସୁଥିବା ବ୍ୟକ୍ତି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋପ ବ୍ଲକରେ ସମସ୍ତ ବିଭାଗ ଓ ଏହାର ଆଖପାଖରେ ଥିବେ ସମସ୍ତ କାର୍ଯ୍ୟାଳୟରେ ୨ ରୁ ୩ ଘଣ୍ଟା ବିଳମ୍ବରେ କାର୍ଯ୍ୟାଳୟ ଖୋଲାଯାଉଛି । ସାଧାରଣରେ ପ୍ରଶ୍ନ ଉଠୁଛି ସରକାରଙ୍କ ପକ୍ଷରୁ ଯେଉଁ ସବୁ ଯୋଜନା ପ୍ରସ୍ତୁତ ହେଉଛି ତାହା କ’ଣ ସତରେ କାର୍ଯ୍ୟକାରୀ ହେଉଛି? ଯଦି ହୋଇଥାନ୍ତା ତେବେ ବୟୋମେଟ୍ରିକ ଫିଙ୍ଗର ପ୍ରିଣ୍ଟର ମୂଲ୍ୟ କିଛି ନାହିଁ । ଏମିତି ଅନେକ ବିଭାଗ ରହିଛି ତାଙ୍କ କାର୍ଯ୍ୟାଳୟ ସପ୍ତାହରେ ମାତ୍ର ୨ କିମ୍ବା ୩ ଦିନ ଖୋଲା ହେଉଛି ଅବଶିଷ୍ଟ ଦିନ ବାବୁ ଫିଲ୍ଡ୍ ୱାର୍କରେ ରହୁଛନ୍ତି । ଏମିତି କି ଶିକ୍ଷାନୁଷ୍ଠାନ ଗୁଡିକ ୬:୩୦ ପରିବର୍ତ୍ତେ ୭:୩୦ ବେଳକୁ ଖୋଲା ହେଉଥିଲା ପୂର୍ବରୁ ଏବେ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି । ଅଧିକାଂଶ ବିଭଗୀୟ ମୁଖ୍ୟ କାର୍ଯ୍ୟାଳୟ ଠାରୁ ୫୦ ରୁ ୮୦ କିଲୋମିଟର ଦୂରତାରୁ ଦୈନିକ ଯିବା ଆସିବା କରିଥାନ୍ତି । ଏ ସବୁ କ୍ଷେତ୍ରରେ ଅଧିକାରୀ ଓ ଅଧିକାରିଣୀମାନେ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟାଳୟରେ ଯୋଗ ଦେଇପାରନ୍ତି ନାହିଁ । କାର୍ଯ୍ୟାଳୟ ଗୁଡିକରେ ଯଦିଓ ରାତ୍ରୀ ଯାପନ ପାଇଁ ବ୍ୟବସ୍ତା ଥିବା ସତ୍ତ୍ୱେ ବାବୁ ବାବୁଆଣୀ ଭୁବନେଶ୍ୱର ଓ କଟକ ଏବଂ ପୁରୀରୁ କାହିଁକି ଯାତାୟାତ କରୁଛନ୍ତି । ଏଥିପ୍ରତି ନିମାପଡା ବିଧାୟିକା ପ୍ରଭାତୀ ପରିଡା ତୁରନ୍ତ ଦୃଷ୍ଟି ଦେଇ ବିହିତ ପଦକ୍ଷପ ଗ୍ରହଣ କରିବାକୁ ଗୋପ ସୁରକ୍ଷା ମଞ୍ଚ ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ଅନୁରୋଧ କରିଛନ୍ତି ।