‘ଓଡ଼ିଶାର ଦ୍ରୁତ ପ୍ରଗତିକୁ ଆଗକୁ ନିଅ’ : ମୁଖ୍ୟ ସଚିବଙ୍କୁ ଭେଟିଲେ ଆଇଏଏସ୍ ପ୍ରୋବେସନ ଅଫିସର
ଭୁବନେଶ୍ୱର : ରାଜ୍ୟର କଳା, ସଂସ୍କୃତି, ଭାଷା-ସାହିତ୍ୟ, ଭାସ୍କର୍ଯ୍ୟ ଆଦି ସଂପର୍କରେ ଜାଣିବାର ନିତାନ୍ତ ଆବଶ୍ୟକତା ରହିଛି । ଓଡ଼ିଶା ଆଜି ପ୍ରତିଟି କ୍ଷେତ୍ରରେ ପ୍ରଗତି ହାସଲ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ କ୍ଷେତ୍ରରେ ଅନେକ ରାଜ୍ୟ ତୁଳନାରେ ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରୁଛି । ଏହି ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ନୂତନ ଅଧିକାରୀମାନେ କାର୍ଯ୍ୟ କରିବା ଉଚିତ । ଆଜି ଭାରତୀୟ ପ୍ରଶାସନିକ ସେବାର ଓଡ଼ିଶା କ୍ୟାଡରର ୨୦୨୪ ବ୍ୟାଚ୍ ପ୍ରୋବେସନର ଅଧିକାରୀମାନେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ଅବସରରେ ଅଧିକାରୀମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି ଆହୁଜା ।
କୃତ୍ରିମ ବୁଦ୍ଧିମତ୍ତା ଓ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ବିଭିନ୍ନ ସମସ୍ୟାର ସମାଧାନ ଓ ଧାର୍ଯ୍ୟ ଲକ୍ଷ୍ୟ ହାସଲ ଦିଗରେ ଯନôବାନ ହେବାକୁ ସେ ପରାମର୍ଶ ଦେଇଥିଲେ । ଏହା ପୂର୍ବରୁ ଉକ୍ତ ଅଧିକାରୀମାନେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ମଧ୍ୟ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ପଚାରି ବୁଝିଥିଲେ । ଏ ଅବସରରେ ଗୋପବନ୍ଧୁ ଏକାଡେମୀର ଏଡିଜି ମନିଷ ଅଗ୍ରୱାଲ ଉପସ୍ଥିତ ଥିଲେ । ଉକ୍ତ ଅଧିକାରୀମାନେ ଗୋପବନ୍ଧୁ ଏକାଡେମୀରେ ତାଲିମ ନେବା ସହ ବିଭିନ୍ନ ଜିଲ୍ଲାରେ କ୍ଷେତ୍ରସ୍ତରୀୟ ଅଭିଜ୍ଞତା ହାସଲ କରୁଛନ୍ତି ।