ଶୁଭାରମ୍ଭ ହେଲା ‘ବିକଶିତ ଗାଁ ବିକଶିତ ଓଡିଶା’ ଯୋଜନା
ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଗ୍ରାମ ପଞ୍ଚାୟତ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ରାଜ୍ୟର ୩୦ ଗୋଟି ଜିଲ୍ଲା ସାମିଲ ହୋଇଥିଲେ । ସେହିକ୍ରମରେ ଜିଲ୍ଲା ଓ ସଦର ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଲକ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ । ମନ୍ତ୍ରୀ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅପହଞ୍ଚ ଗ୍ରାମରେ ବିକାଶ ପହଞ୍ଚିବ ଏବଂ ଜନ ସଧାରଣ ମୌଳିକ ସେବା ପାଇ ପାରିବେ । ଏଥିରେ ଗ୍ରାମ ସଭାକୁ ଗୁରୁତ୍ୱ ଦିଆଯାଇଛି । ଏହି ଯୋଜନାରେ ୫ବର୍ଷ ପର୍ଯ୍ୟନ୍ତ ଯୋଜନା କାର୍ଯ୍ୟକାରୀ ହେବ । ଏଥି ନିମନ୍ତେ ୫ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ବାର୍ଷିକ ୧ ହଜାର କୋଟି ଖର୍ଚ୍ଚ କରାଯିବ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ । ଏହି ଅବସରରେ ମନ୍ତ୍ରୀ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ହ୍ୱିଲ ଚେୟାର ପ୍ରଦାନ କରିଥିଲେ । ବହୁ ସଂଖ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠୀର ମାଆମାନେ ଏଥିରେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୌରୀ ପଡ଼ିଆମି, ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତ୍ରିନାଥ ମାଝୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତପନ ସେନାପତି ଉପସ୍ଥିତ ଥିଲେ । ପଞ୍ଚାୟତ ସମିତିର ସମସ୍ତ ସଦସ୍ୟ ଓ ଅନ୍ୟାନ୍ୟ ଜନ ପ୍ରତିନିଧି ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଅନସ୍ଲୋ ଷ୍ଟାଡିୟମ୍ ଠାରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ.ଶାରଦା ରେଡ୍ଡୀ, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଁସଦା, ଛତ୍ରପୁର ବିଡିଓ ଭାବେ ଦାୟିତ୍ୱରେ ଥିବା ଗଞ୍ଜାମ ବିଡ଼ିଓ ଅଚୁ୍ୟତାନନ୍ଦ ଯାନୀଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ, ସମିତିସଭ୍ୟ, ଲୋକ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇ ଏହି ଯୋଜନାର ଆଭିମୁଖ୍ୟ ଏବଂ ଏହାର କାର୍ଯ୍ୟକାରୀ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ । ଗାଁ ମାଟିରୁ ହିଁ ପ୍ରକୃତ ବିକାଶ ଆରମ୍ଭ । ଗାଁ ଉନ୍ନତି ହେଲେ ଦେଶର ବିକାଶରେ ଅଗ୍ରଗତି ହେବ ଏଭଳି ମତ ରଖିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ । ବିଶେଷ କରି ମୌଳିକ ଭିତ୍ତିଭୂମିର ବିକାଶ, କ୍ଷୁଦ୍ର ପର୍ଯ୍ୟଟନ, କ୍ରୀଡା ଓ ଶିକ୍ଷା ଭିତ୍ତିଭୂମିର ଆଧୁନିକରଣ, ଅଭିନବ ବହୁମୁଖି ଜନ ମଙ୍ଗଳକାରୀ ଯୋଜନାକୁ ଏଥିରେ ସାମିଲ କରାଯାଇଛି । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସଂଯୋଜନା କରିଥିବା ବେଳେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ ।
ଗୋଲାମୁଣ୍ଡା : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ତଥା ଗ୍ରାମୀଣ ଜୀବନଧାରଣର ମାନ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ "ବିକଶିତ ଗାଁ' ବିକଶିତ ଓଡିଶା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗୋଲାମୁଣ୍ଡା ବ୍ଲକ ପରିସରରେ ବହୁ ଆଡମ୍ବର ସହିତ ରାଜ୍ୟ ସରକାରଙ୍କ ଏହି ଯୋଜନାର ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମଟି ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବାବେଳେ ବିଡ଼ିଓ ଶ୍ରୀଧର ପଣ୍ଡା, ତହସିଲଦାର ଚନ୍ଦନ କୁମାର ନାଏକ, ସମସ୍ତ ବିଭାଗୀୟ କର୍ମଚାରୀ, ବ୍ଲକସ୍ତରୀୟ ବିଜେପି ନେତୃମଣ୍ଡଳୀ, ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ମହିଳା, ସିଆରପି, ଏମବିକେ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ମୁଖ୍ୟ ଉଦେ୍ଦଶ୍ୟ ହେଉଛି ମୌଳିକ ଭିତ୍ତିଭୂମି, ଗ୍ରାମୀଣ ଯୋଗାଯୋଗ, ଅନୁନ୍ନତ ଜନଜାତିବସତି କରୁଥିବା ଅଭ୍ୟନ୍ତରୀଣ ଅଞ୍ଚଳ ପାଇଁ ଗ୍ରାମ୍ୟ ସଡକ ଯୋଜନାରେ ସଂଯୋଗ କରିବା, ପର୍ଯ୍ୟଟନସ୍ଥଳୀ, ଶିକ୍ଷା, କ୍ରୀଡା ଓ ଅନେକ ବହୁମୁଖୀ ଯୋଜନାରେ ସାମିଲ ହେବ । ଏ ନେଇ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅନେକ ମହିଳା ଓ ଜନସାଧାରଣ ନୂତନ ସରକାରଙ୍କ ନୀତିକୁ ବହୁ ପ୍ରଶଂସା କରିଛନ୍ତି ।
ନବରଙ୍ଗପୁର: ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶା ସରକାରଙ୍କ ନୂତନ ଯୋଜନା ‘ବିକଶିତ ଗାଁ ବିକଶିତ ଓଡ଼ିଶା’ର ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ନୂତନ ଯୋଜନା ଉପରେ ସମ୍ୟକ୍ ଧାରଣା ଦେବା ସହ ଗାଁର ବିକାଶରେ ରାଜ୍ୟ ବିକାଶର ସମ୍ଭବ କହିବା ସହ "ବିକଶିତ ଗାଁ ବିକଶିତ ଓଡ଼ିଶା’ର ଯୋଜନାକୁ ସଫଳ କରିବାକୁ ଆହ୍ୱାନ କରିଥିଲେ । ଏହି ୫ ବର୍ଷୀୟ ଯୋଜନାରେ ଗ୍ରାମୀଣ ଅଞ୍ଚଳର ମୌଳିକ ଭିତ୍ତିଭୂମି, ଯୋଗାଯୋଗ ବ୍ୟବସ୍ଥା, ଅନୁନ୍ନତ ଜନଜାତି ସମୁଦାୟ ବାସ କରୁଥିବା ଅଞ୍ଚଳରେ ରାସ୍ତା ସଂଯୋଗୀକରଣ, କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ବିକାଶ, ଶିକ୍ଷା ଓ କ୍ରୀଡ଼ା ଭିତ୍ତି ଭୂମିର ସମ୍ପ୍ରସାରଣ ଓ ଆଧୁନୀକରଣ, ଜନମଙ୍ଗଳକାରୀ ବହୁମୁଖି ପ୍ରକଳ୍ପର ନିର୍ମାଣରେ ପ୍ରାୟ ୫୦୦୦ କୋଟି ଖର୍ଚ୍ଚ ହେବ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଜନପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ୍, ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ବିଜେପି ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ, ବ୍ଲକ ଅଧ୍ୟକ୍ଷ ଶରତ ଚନ୍ଦ୍ର ଭତ୍ରା, ବ୍ଲକ୍ ଉପାଧ୍ୟକ୍ଷ ନନ୍ଦିନୀ ସମରଥ, ଅତିରିକ୍ତ ସିଡିଓ, ଜିଲ୍ଲା ପରିଷଦ ଯଦୁମଣି ନାୟକ, ତହସିଲଦାର କୈଳାଶ ତ୍ରିପାଠୀ, ପୌରପାଳିକା ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି, ଡିଆଇପିଆର୍ଓ ମନୋଜ ବେହେରା, ବିଡିଓ ନବରଙ୍ଗପୁର ସୁନିଲ ଖୁରା ଓ ଅନ୍ୟ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ପଂଚାୟତରୁ ସରପଞ୍ଚଗଣ, ମହିଳା, ଅଙ୍ଗନବାଡ଼ି କର୍ମୀ, ସ୍ୱଚ୍ଛସାଥୀ, ଏସଏଚ୍ଜି ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।
ବୁଗୁଡା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ବୁଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲାବେଳେ ଏଲଇଡି ମାଧ୍ୟମରେ ଏହାର ସିଧା ପ୍ରସାରଣ କରାଯାଇଥିଲା । ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢୀକରଣ , କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ବିକାଶ ଓ ଉନ୍ନତିକରଣ, ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକୀକରଣ , ନୂତନ ଅଭିନବ ଜନମଙ୍ଗଳକାରୀ ବହୁମୂଖୀ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟାନ୍ୱୟନ ଏବଂ ବିଶେଷ ଭାବରେ ଅନୁନ୍ନତ ଜନଜାତି ସମୁଦାୟ ବସବାସ କରୁଥିବା ଅଞ୍ଚଳରେ ଆଭ୍ୟନ୍ତରୀଣ ଓ ଆନ୍ତଃ ଗ୍ରାମ୍ୟ ସଡକ ସଂଯୋଗୀକରଣ ଆଦି ବିଷୟରେ ଆଲୋକପାତ କରାଯାଇଥିଲା । ଏଥିସହ ପାଞ୍ଚ ହଜାର କୋଟି ଟଙ୍କାର ବ୍ୟୟବରାଦରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଯୋଜନା କାର୍ଯ୍ୟକାରୀ ହେବା ନେଇ ସୂଚନା ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବିଡ଼ିଓ ଦୂତିକୃଷ୍ଣ ପାତ୍ର, ସହ ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର ନାୟକ ପରିଚାଳନା କରିଥିବାବେଳେ ଅଞ୍ଚଳର ଅନେକ ଜନପ୍ରତିନିଧି ଏବଂ ମହିଳା ଉପସ୍ଥିତ ରହିଥିଲେ ।
ଆସିକା: ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ତଥା ଗ୍ରାମୀ ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ‘ବିକଶିତ ଗାଁ ବିକଶିତ ଓଡିଶା’ ଯୋଜନାର ଶୁଭାରମ୍ଭ ହୋଇଛି । ସରକାରଙ୍କ ବିକାଶ ମୂଳକ ଯୋଜନା ଗୁଡିକୁ ଗ୍ରାମାଞ୍ଚଳର ବିକାଶରେ ହେଉଥିବା ଫାଟ ଦୂର କରିବା ଏବଂ ଗ୍ରାମରେ ଉନ୍ନତି ଆଣିବାକୁ ଏହି ଯୋଜନା କରାଯାଇଛି । ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସାଗରିକା ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଡେପୁଟି ଜିଲ୍ଲାପାଳ ଅମିତ କୁମାର ହୋତ୍ତା, ବିଧାୟକ ପ୍ରତିନିଧି ସନ୍ଦୀପ ପାଢ଼ୀ, ପଂଚାୟତ ସମିତି ଉପାଧ୍ୟକ୍ଷା ରେଶମା ଦୋରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜିପିଓ ରାଜଶ୍ରୀ ସାହୁ, କନିଷ୍ଠ ଯନ୍ତ୍ରୀ, ସରପଞ୍ଚ ଦୈତାରୀ ବେହେରା, ରିଙ୍କି ଲେଙ୍କା, ରଂଜିତା ବିଶ୍ୱାଳ, ଜ୍ୟୋତିର୍ମୟୀ ନାହାକ, ଦୁର୍ଗାପ୍ରସାଦ ବେହେରା, ବହୁ ସମିତି ସଭ୍ୟ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ ନାୟକ, ସୁଶାନ୍ତ କୁମାର ଭୂୟାଁ, ପ୍ରଦୀପ ପାତ୍ର, ବିଦ୍ୟାଧର ସେଠୀ, ରିଙ୍କୁ ପାତ୍ର, ଦୀପାଞ୍ଜଳି ପ୍ରଧାନ, ସୌଦାଗର ଦଳେଇ, ବରିଷ୍ଠ କିରାଣୀ ରମେଶ ବେହେରା ସମେତ ବହୁ ଗାଁ ରୋଜଗାର ସେବକ, ଯୋଗାଣ ସହାୟକ, ସ୍ୱୟଂ ସହାୟକ ଦଳର ସଦସ୍ୟ, ସିଆରପି, ଏମବିକେ ପ୍ରମୁଖ ଉପସ୍ଥିତ ରହିଥିଲେ ।
କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ "ବିକଶିତ ଗାଁ ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ବ୍ଲକ ସମ୍ମୁଖସ୍ଥ ରହିଥିବା ହାଇସ୍କୁଲ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ୧୬ଗୋଟି ପଞ୍ଚାୟତର ପିଇଓ, ଯୋଗାଣ ସହାୟକ, ଏଡିଇଓ, ଏମ୍ବିକେ, ସିଆରପି, କୃଷି ମିତ୍ର, ପ୍ରାଣୀ ମିତ୍ର, ଇସି ମହିଳା, ଅଙ୍ଗନବାଡ଼ି, ସୁପରଭାଇଜର,ଏସ୍ ଏଚ୍ ଜି ମହିଳା, ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର, ନାୟକ ସରପଞ୍ଚଙ୍କ ସମତେ ଏକ ହଜାରରୁ ଊର୍ଦ୍ଧ୍ୱ ଲୋକ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଡ଼ିଓ ମିଲନ କୁମାର ଝାଙ୍କର ସଭାପତିତ୍ୱରେ କରିଥିଲେ । ଏଥିରେ ମୁଖ୍ୟମାନଙ୍କୁ ଯଥା ଦଶମନ୍ତପୁର ବ୍ଲକ ମଣ୍ଡଳ ସମ୍ପାଦକ କୃପା ରାଏ ,ଆଦିବାସୀ ମୋର୍ଚ୍ଚାର ସଭାପତି ଭୂବନ ଜାନୀ, ବ୍ଲକ ଉପାଧ୍ୟକ୍ଷ ଅରୁଣ କୁମାର ଚେଟୀ,ଦୀଲପ ବାଘ,ଏମ୍ପି ପ୍ରତିନିଧି ପଙ୍କଜ ବାଘ, ଜୋନ୍ ଦୁଇର ମଣ୍ଡଳ ସଭାପତି ସିତାରାମ ରାଏ, ବଲି ବିଶୋଇ ଓ ଜିଲ୍ଲା ପରିଷଦ ସଭ୍ୟ ଧନପତି ସାଉନ୍ତା ପ୍ରମୁଖଙ୍କୁ ସମ୍ମାନିତ କରାଯାଇ ମୁଖ୍ୟଙ୍କ ଦ୍ୱାରା ପୁଷ୍ପଦୀପ ଜଳାଇ କାର୍ଯ୍ୟକ୍ରମଙ୍କୁ ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମୁଖ୍ୟ ହେଲା ଗ୍ରାମୀଣ ଭିତ୍ତିଭୂମି ଏବଂ ଅର୍ଥନୀତି ସୁଦୃଢ ହେବା ସହ ଗ୍ରାମୀଣ ଜୀବନ ସୁଗମ ହୋଇପାରିବ ସେ ନେଇ ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ରହିଛି । ଏଥିରେ ଏଇଇ ଅଭିଷେକ ସଢଙ୍ଗି, ଏପିଓ ମଶିଦାସ ଖୋସଲା, ଡବ୍ଲୁ୍ୟଇଓ ପ୍ରଦିପ ନାୟକ, ପିଇଓ ଜୁନାଥନ ହିଆଲ, ଗୋବିନ୍ଦ ରାଓ, ଜେଇ ନବିନ ଟୁଡୁ,ଏଇ ରଶ୍ମିତା ରାଉତ, ଏଇ ବିଶ୍ମିତା ନାୟକ, ଜିପିଡିଓ ବେଦବ୍ୟାସ ହରପାଳ, ବିପିସି ରଶ୍ମିରଞ୍ଜନ ସାହୁ, ବିପିଏ ମନୋଜ ବେନ୍ୟା, ରମାକାନ୍ତ ଦଲେଇ, ଦୁଃଖୁ ବେନ୍ୟା, ବିପିସି ରଜତ ବିଡିକା, ବିଏଲ୍ସି ଫିରଜ ଲିମା, ବିଆର୍ସି ମହେଶ କୁମାର ଦାସ, ଏସିପି ସାନ୍ତୁନ କୁମାର ନାହଁକ, ପିଏ ସ୍ମୃତି ରଞ୍ଜନ ନାୟକ,ଏସ୍ଆର୍ଏ ଶିବଶଙ୍କର ପୁଜାରୀ, ଜେଆର୍ଏ ହରିଶ୍ଚନ୍ଦ୍ର ବିଶୋଇ ଏବଂ ବ୍ଲକ ସମ୍ପାଦକ ମୋହନ ପାତ୍ର ହିଆଲ ପ୍ରମୁଖ ବ୍ୟକ୍ତିବିଶେଷମାନେ ଉପସ୍ଥିତ ଥିଲେ ।
ନିଆଳି: ନିଆଳି ବ୍ଲକ କାର୍ଯ୍ୟାଳୟରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନିଆଳି ବିଧାୟକ ଛବି ମଲିକ ଯୋଗ ଦେଇଥିଲେ । ୫ ବର୍ଷ ପର୍ଯ୍ୟନ୍ତ ଯୋଜନା ହେବ କାର୍ଯ୍ୟକାରୀ । ଏଥିରେ ମୁଖ୍ୟତଃ ମୌଳିକ ଭିତ୍ତିଭୂମି, ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥା, ଦୁର୍ଗମ ଅଞ୍ଚଳକୁ ସଡକ ସଂଯୋଗୀକରଣ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀ ବିକାଶ ଓ ଉନ୍ନତିକରଣ ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନୀକରଣ ଜନମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯିବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଣ୍ଟାପଡା ବ୍ଲକ ଦାଇତ୍ୱରେ ଥିବା ବିଡିଓ ସ୍ୱପ୍ନିତା ନାୟକ, ଏବିଓ ଅନନ୍ତ ନାରାୟଣ ସିଂ, ସିଡିପିଓ ସଂଯୁକ୍ତା ଘଡ଼େଇ, ନିଆଳି ବ୍ଲକ ସହକାରୀ ଯନ୍ତ୍ରୀ ରମାରତନ ଭୁୟାଁ, ନୂଆ ଗାଁ ସରପଞ୍ଚ ଜ୍ୟୋତି ରଂଜନ ମଲିକ, ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ଭକ୍ତ ବସ୍ଚଳ ବସ୍ତିଆ, ସିଠାଳ ମଣ୍ଡଳ ସଭାପତି ବୃଷକେତୁ ସାମଲ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି ୱାର୍କର ଓ କେତେକ ସରପଞ୍ଚ, ସମିତି ସଭ୍ୟ ସହିତ ବ୍ଲକର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ ।
ବେତନଟୀ : ଓଡିଶାର ଡବଲ ଇଞ୍ଜିନ ସରକାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ନେତୃତ୍ୱରେ ଓଡିଶାର ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ପାଇଁ ପ୍ରସ୍ତୁତ କରିଥିବା ନୂତନ ଯୋଜନା ବିକଶିତ ଗାଁ ବିକଶିତ ଓଡିଶା ଏବଂ ସମୃଦ୍ଧ ଓଡିଶାର ପରିଭାଷା ବେତନଟୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଭର୍ଚୁଆଲ ମୋଡରେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗାଁ ଲୋକମାନଙ୍କ ଦ୍ୱାରା ଗୃହୀତ ପ୍ରସ୍ତାବ ଗ୍ରାମ ସଭାରେ ଯାହା ସ୍ଥିର କରାଯିବ, ସେହି ସବୁ ଉନ୍ନୟନମୂଳକ କାର୍ଯ୍ୟ ଗାଁ ଲୋକଙ୍କ ପାଇଁ କରାଯିବ ବୋଲି ଏହି ଯୋଜନାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା କୁହାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏହି ଉଦ୍ଘାଟିତ କାର୍ଯ୍ୟକ୍ରମରେ ବେତନଟୀ ବିଡିଓ ସୁକାନ୍ତ ସୂତାର, ତହସିଲଦାର ସୁରଥ ଚନ୍ଦ୍ର ରାଉତ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝୀ, ବିଧାୟକଙ୍କ ପ୍ରତିନିଧି ବିଜେପିର କର୍ମକର୍ତ୍ତା ଜୀବନ ପରିଡା ଓ ଶାନ୍ତନୁ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିବାବେଳ ବ୍ଲକର ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ, ସମିତିସଭ୍ୟସଭ୍ୟା, ୱାର୍ଡ ସଭ୍ୟମାନେ ଏବଂ ଦଳୀୟ କର୍ମୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।
ବଡ଼ସାହି : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ତଥା ଗ୍ରାମୀଣ ଜୀବନଧାରଣର ମାନ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ "ବିକଶିତ ଗାଁ' ବିକଶିତ ଓଡିଶା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଉକ୍ତ ଜନହିତକର କାର୍ଯ୍ୟକ୍ରମ ମାଧ୍ୟମରେ ୫ ହଜାର କୋଟି ଟଙ୍କାର ବ୍ୟୟ ଅଟକଳରେ ୫ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେବାର ସରକାର ସିଦ୍ଧାନ୍ତ ଗ୍ରହଣ କରିଛନ୍ତି । ସ୍ଥାନୀୟ ବଡ଼ସାହି ବ୍ଲକ୍ ପ୍ରଶାସନ ଆନୁକୂଲ୍ୟରେ କାର୍ଯ୍ୟାଳୟ ପରିସରରେ ଉକ୍ତ ବହୁବିଧ ଯୋଜନା ସମ୍ପର୍କରେ ସଚେତନ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆଭାସୀ ମାଧ୍ୟମରେ ଉକ୍ତ ପ୍ରଦର୍ଶିତ କାର୍ଯ୍ୟକ୍ରମକୁ ସମସ୍ତେ ଉପଭୋଗ କରିଥିଲେ । ବିଡ଼ିଓ ବନଜା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷା ମିନତି ସିଂ, ଉପାଧ୍ୟକ୍ଷ କାଞ୍ଚନ କୁମାର ପ୍ରଧାନ, ବଡ଼ସାହି ବିଧାୟକଙ୍କ ପ୍ରତିନିଧି ଭବାନୀ ସାହୁ, ମୟୂରଭଞ୍ଜ ସାଂସଦଙ୍କ ପ୍ରତିନିଧି ପ୍ରମୋଦ କୁମାର ସାହୁ, ନିର୍ବାଚିତ ପିଆରଆଇ ସଦସ୍ୟ, ସଦସ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ମିଶନ ଶକ୍ତି ସଦସ୍ୟା, ସ୍ଥାନୀୟ ଜନତା, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ । ଛାତ୍ରୀ ମାନଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମ ସମ୍ପର୍କିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ବ୍ଲକରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପୁଥାଳ ଏବଂ ସହଯୋଗୀ କର୍ମଚାରୀମାନେ ପରିଚାଳନା କରିଥିଲେ ।
କପ୍ତିପଦା: ଓଡ଼ିଶା ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ନିଦେ୍ର୍ଦଶକ୍ରମେ କପ୍ତିପଦା ବ୍ଲକ୍ରେ ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଉଦଳା ନିର୍ବାଚନ ମଣ୍ଡଳୀର ବିଧାୟକ ଭାସ୍କର ଚନ୍ଦ୍ର ମଢ଼େଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । କପ୍ତିପଦା ବିଡ଼ିଓ ଦାୟିତ୍ୱରେ ଥିବା କପ୍ତିପଦା ତହସିଲଦାର ଆଶୀଷ କୁମାର ମହାପାତ୍ର କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ କପ୍ତିପଦା ବ୍ଲକ୍ ଅଧ୍ୟକ୍ଷ କାହ୍ନୁଚରଣ ସୋରେନ୍, ଏବିଡ଼ିଓ ବିଦ୍ୟାଭାରତୀ ନାଏକ, ସହକାରୀ ଯନ୍ତ୍ରୀ ସଦାଶିବ ବେହେରା, ଜିପିଡ଼ିଓ ପ୍ରମୋଦ ରଂଜନ ନାଏକ, ସମସ୍ତ ସଂପ୍ରସାରଣ ଅଧିକାରୀ, ସମସ୍ତ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟ ମାକୁ ସିଂ, ବିଭୂତି ମହାନ୍ତ, ବିଜୟ କୁମାର ସେନାପତି, ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବୁଦ୍ଧିଜୀବୀ ଜନସାଧାରଣ ଯୋଗ ଦେଇଥିଲେ । କନିଷ୍ଠ ଯନ୍ତ୍ରୀ ବିକାଶ ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
ତାଳଚେର : ଓଡିଶାର ଗ୍ରାମାଣ ଭିତ୍ତଭୂମାର ବିକାଶକୁ ତ୍ୱରାନ୍ୱିତ କରିବା ତଥା ଗ୍ରାମୀଣ ଜୀବନ ଶୈଳୀର ମାନବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧିର ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ‘ବିକଶିତ ଗାଁ, ବିକଶିତ ଓଡିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଜୁ ମଇଦାନ ଠାରେ ୨ହଜାରରୁ ଊଦ୍ଧ୍ୱର୍ ଜନସାଧାରଣ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ । ଏହି ଯୋଜନା ଅନ୍ତର୍ଗତ ଗ୍ରାମାଂଚଳ ଭିତ୍ତିଭୂମୀର ବିକାଶ ପାଇଁ ବର୍ଷକୁ ୧ ହଜାର କୋଟି ଲେଖାଏଁ ପାଞ୍ଚ ବର୍ଷରେ ମୋଟ ୫ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ସେହିପରି ଏହି ଯୋଜନା ଅନ୍ତର୍ଗତ ସମସ୍ତ ପ୍ରକଳ୍ପ ଗ୍ରାମ ସଭାରେ ହିଁ ସ୍ଥିର କରାଯିବ । ଏହି ଯୋଜନାରେ ମୌଳିକ ଭିତ୍ତିଭୂମିର ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢୀକରଣ ଉପରେ ଗୁରୁତ୍ୱ ଦିଆଯିବ । ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅତର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସଂସଦଙ୍କ ପ୍ରତିନିଧି ସୁଦିପ ଗଡନାୟକ, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ, ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ମହନ୍ତ, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ୱ ଭୂଷଣଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧି, ଗଣମାଧ୍ୟମରପ୍ରତିନିଧି ଏବଂ ବହୁ ସଂଖ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଜନସାଧାରଣ ପ୍ରମୁଖ ଯୋଗ ଦେଇଥିଲେ ।