ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କ୍ରୀଡା ଉତ୍ସବ 

 ତିର୍ତ୍ତୋଲ: କୋଲର ପାୟତର ଦଶମାଣକୁଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଶିକ୍ଷାବିତ ମାଧବାନନ୍ଦ ନାୟକ ଉଦ୍ଘାଟନ କରିଥିଲେ । ଦୀର୍ଘ ତିନିଦିନ ବ୍ୟାପୀ ଏହି କ୍ରୀଡା ଉତ୍ସବର ଉଦ୍ୟାପନୀ ଉତ୍ସବରେ ବିଦ୍ୟାଳୟର ପୂର୍ବତନ ଉପସଭାପତି ଗୋଲୋକ ବିହାରୀ ହୋତା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ବିଦ୍ୟାଳୟର ପ୍ରତିଷ୍ଠାତା ଡ.ୂନିମାଇଁ ଚରଣ ପରିଜା, ମୁଖ୍ୟବକ୍ତା ଉପଦେଷ୍ଟା ଗୌରାଙ୍ଗ ଚରଣ ମହାପାତ୍ର, ସମ୍ମାନିତଅତିଥି ସମ୍ପାଦକ ପ୍ରଫୁଲ୍ଲ ଦାସ, କୋଷାଧ୍ୟକ୍ଷା ଆରତୀ ତ୍ରିପାଠୀ ପ୍ରମୁଖ ଯୋଗଦେଇ କ୍ରୀଡାର ଉପଯୋଗିତା ସମ୍ବଦ୍ଧରେ ବକ୍ତବ୍ୟ ପ୍ରଦାନ କରିବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ସିମ୍ରନ ପରିଜା ଓ ସାଇପ୍ରତୁ୍ୟଷ ଦାସ ଚାମ୍ପିଅନ ହୋଇଥିଲେ । ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ସାହୁ ଅତିଥି ପରିଚୟ ଓ ଆଚାର୍ଯ୍ୟା ପ୍ରତିନିଧି ସୁଜାତା ପରିଜା ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁଜୀ ଗୁରୁମା ପରିଚାଳନାରେ ସହଯୋଗ କରିଥିଲେ ।