ଜୈବିକ କୃଷି କାର୍ଯ୍ୟକ୍ରମ

ଚମ୍ପୁଆ:  ଜାତୀୟ କୃଷକ ଦିବସ ଅବସରରେ ସୁନାପସି ଗ୍ରାମରେ ବ୍ରହ୍ମାକୁମାରୀ ଜୟନ୍ତୀଙ୍କ ଦ୍ୱାରା ଏକ ସୁନ୍ଦର ଯୌଗିକ ଏବଂ ଜୈବିକ କୃଷି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ବ୍ଲକ କୃଷି ଅଧିକାରୀ ହରିଓମ ପାଣିଗ୍ରାହି, ସମ୍ମାନିତ ଅତିଥି ଅଜିତ କୁମାର ସେଠୀ କୃଷି ଅଧିକାରୀ, ଏସ୍ ଶୁଭଲକ୍ଷ୍ମୀ ସହକାରୀ ଉଦ୍ୟାନ କୃଷି ଅଧିକାରୀ, ମାଙ୍ଗୁଳି ଗିରି ଉଦ୍ୟାନ ଅଧି ଦର୍ଶକ ଏବଂ ମୁଖ୍ୟବକ୍ତା ବ୍ରହ୍ମା କୁମାରୀ ଜୟନ୍ତୀ ଯୋଗଦାନ କରିଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଆଧ୍ୟାତ୍ମିକ କୃଷିର ଆବଶ୍ୟକତା ସହିତ  ଅରଗାନିକ କୃଷିର  ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଯେପରି ମନୁଷ୍ୟ ପାଇଁ ଶୁଭେଚ୍ଛା, ପ୍ରେମ ଏବଂ ଶାନ୍ତି ଆବଶ୍ୟକ ଅଛି । ସେହିପରି ବୃକ୍ଷ, ଉଦ୍ଭିଦ, ପ୍ରକୃତି ଇତ୍ୟାଦି ଆବଶ୍ୟକ କରନ୍ତି  । ଯେଉଁଥିପାଇଁ ଆମ ମନକୁ ଶୁଦ୍ଧ ଆଧ୍ୟାତ୍ମିକ ଶକ୍ତିରେ ଭରିବା ଆବଶ୍ୟକ । ଏହାଦ୍ୱାରା ଚାଷ ଆମ କୃଷକଙ୍କୁ ସଫଳ କରିବା ସହିତ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଉତ୍ପାଦିତ ଫଳ ଗୁଡ଼ିକ ସ୍ୱାସ୍ଥ୍ୟ ପ୍ରଦାୟକ ମଧ୍ୟ ହେବ । ଯାହା ପାଇଁ ଆମକୁ ଜ୍ଞାନ ଏବଂ ଧ୍ୟାନର ଆବଶ୍ୟକଅତା ଅଛି । ବୈଜ୍ଞାନିକ  ବ୍ୟବସ୍ଥା ସହିତ ଆଧ୍ୟାତ୍ମିକ ବ୍ୟବସ୍ଥା ବି ଆବଶ୍ୟକ,  ଭଲ ବୀଜ ସହିତ ଉଚ୍ଚିତ୍ ଲାଳନ ପାଳନର ଆବଶ୍ୟକତା ଅଛି । ଉଦ୍ଭିଦକୁ ଧ୍ୟାନ ଦେବା ଏବଂ ଭଲ ପାଇବା ଆବଶ୍ୟକ ବୋଲି ମୁଖ୍ୟଅତିଥି ମତପ୍ରକାଶ କରିଥିଲେ । ଶେଷରେ ବ୍ରହ୍ମାକୁମାରୀ ମଞ୍ଜୁ ଭଉଣୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।