ଇଦ୍-ଉଲ୍-ଜୁହା: ସମୂହ ନମାଜ ପଢ଼ିଲେ

ଭଦ୍ରକ : ଭଦ୍ରକ ସହରରେ ଇସଲାମଧର୍ମୀର ଲୋକେ ଉତ୍ସାହ ଉଦ୍ଦୀପନାର ସହ ପାଳନ କରିଛନ୍ତି ଇଦ୍-ଉଲ୍-ଜୁହା । ପୁରୁଣା ବଜାର ସ୍ଥିତ ଜାମା ମସଜିଦ, କୁଆଁସ କଦମଭେଢା ସ୍ଥିତ ଇଦଘା୍, ବାଙ୍କା ମହଲ୍ଲା, କାଜି ମହଲ୍ଲା, ଦୁର୍ଗାପୁର, ହଳଦୀଡିହି, ବଡ଼/ସାନ ଶଙ୍କରପୁର, ଛଡାକ ମହଲ୍ଲା, ମିର୍ଜାପୁର, ଅଲାଲପୁର, ଶେଖସାହି, ନଙ୍ଘା ମହଲ୍ଲା, ହଜାରି ନଗର, ସାହାପୁର, ଏଲଖା, ବାଇପାସ, ଚରମ୍ପା ସହିତ ଗ୍ରାମାଞ୍ଚଳର ମସଜିଦ ଏବଂ ଜିଲ୍ଲାରେ ପ୍ରାୟ ୧୪୦ ମସଜିଦରେ ସମୂହ ନମାଜ ପାଠ କରାଯାଇଛି । ହଜାର ହଜାର ସଂଖ୍ୟାରେ ଇସଲାମ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ନୂତନ ବସ୍ତ୍ର ପରିଧାନ କରି ନମାଜ ପାଠ କରିଥିଲେ । ଜାମା ମସଜିଦରେ ହାଫିଜ ମହମ୍ମଦ ସାଦିକ ହୋସେନ ଓ ଇଦଘାରେ ହାଫିଜ ଅବଦୁଲ ଦୟାନ ମୁସଲମାନଧର୍ମାବଲମ୍ବୀଙ୍କୁ ନମାଜ ପାଠ କରାଇବା ସହ ନୀତିନିଷ୍ଟ ଜୀବନ ଯାପନ ପାଇଁ ପରାମର୍ଶ ଦେଇଥିଲେ । ପରେ ମୁସଲିମ୍ ଓ ହିନ୍ଦୁ ଭାଇଭଉଣୀ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଥିଲେ ।
ତ୍ୟାଗ ଓ ବଳିଦାନର ପର୍ବ ଇଦ୍-ଉଲ୍-ଜୁହାର ପ୍ରକୃତ ସାରମର୍ମ ବୁଝି ଯଦି ପ୍ରତ୍ୟେକ ବ୍ୟକ୍ତି ସମାଜରେ ଖୁସି ଓ ସୌହାରଦ୍ଧ୍ୟ ପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ପାଇଁ ତ୍ୟାଗ ଓ ବଳିଦାନ ପାଇଁ ଆଗଭର ହୁଅନ୍ତି ତେବେ ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ଭଦ୍ରକ ମୁସଲିମ ଜମାତର ସମ୍ପାଦକ ହାଜି ଅବଦୁଲ ମୁକିତ ଖାନ ଏବଂ ମିଡିଆ ସେଲ ସଂଯୋଜକ ଶେଖ ଅନୱର (ବାବୁ) ମତବ୍ୟକ୍ତ କରିଛନ୍ତି । ଇଦ୍ଘା ଠାରେ ଉପ-ସଭାପତି ମହମ୍ମଦ ଜକାଉଲ୍ଲା, ବରିଷ୍ଠ ସଭ୍ୟ ଅସରଫ ଅଲ୍ଲି ଖାନ, ଜମିଲ ଅଖତର ଖାନ, କୋଷାଧକ୍ଷ ମିର୍ଜା ଏକ୍ରାମ ବେଗ, ଅଖତର ଅଲି, ଆଇନଜୀବୀ ତାହେର ମହମ୍ମଦ, ଶେଖ ନଇମ ଏବଂ ଭଦ୍ରକ ଜାମା ମସଜିଦର ସଭାପତି ହାଜି କାସିମ ଖାନ, ସମ୍ପାଦକ ଶେଖ ହାଫିଜୁଲ୍ଲା, ମୁସଲିମ ଜମାତର ସାଧାରଣ ସମ୍ପାଦକ ହାଜି ଶେଖ ଏନାମ ପ୍ରମୁଖ ଉପସ୍ଥିତ ଥିଲେ । ଏ ଅବସରରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ, ରୋଟାରିଆନ ଅତୀଶ ବେହେରା, ଜଗନ୍ନାଥ ସ୍ୱାଇଁ, ଶୁଭଙ୍କର ମହାପାତ୍ର, ରାଜୁ ଜେନା ପ୍ରମୁଖ ଯୋଗ ଦେଇଥିଲେ ।
ଚମ୍ପୁଆ: ଚମ୍ପୁଆ ସଦର ମହକୁମା ଠାରେ ମୁସଲିମ ସମ୍ପ୍ରଦାୟର ତ୍ୟାଗ ଓ