ଜଗାବଳିଆ ସୁନା ଦୋକାନରୁ ଚୋରି
ତିହିଡି : ଭଦ୍ରକ ଜିଲ୍ଲା ତିିହିଡ଼ି ଥାନା ଅଧୀନ କମାରିଆ ବଜାରରେ ଥିବା ଜଗାବଳିଆ ସୁନା ଦୋକାନର ସଟର ଭାଙ୍ଗି ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ତିହିଡ଼ି ପୁଲିସ ଘଟଣା ସ୍ଥଳରେ ପହଞ୍ଚô ତଦନ୍ତ କରି ଏକ ମାମଲା ରୁଜୁ କରିଥିବା ଜଣାଯାଇଛି । ଦୋକାନର ମାଲିକ ମାୟାଧର ସାହୁ କରିଥିବା ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ରାତି୍ରରେ ପ୍ରତିଦିନ ପରି ଦୋକାନ ବନ୍ଦ କରି ଘରକୁ ଆସିଥିଲେ । ତେବେ ତାଙ୍କ ଦୋକାନ ଭଙ୍ଗା ଯାଇଥିବା ନେଇ ସକାଳେ ଖବର ପାଇବା ପରେ ସେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚôଥିôଲେ । ଏନେଇ ସେ ତୁରନ୍ତ ଥାନାକୁ ଖବର ଦେଇଥିଲେ । ସୂଚନା ଅନୁଯାୟୀ ତାଙ୍କର ଦୋକାନର ଗ୍ରୀଲ, ସଟର ଭାଙ୍ଗି ଦୁର୍ବୁତ୍ତ ପଶିବା ପରେ ସମ୍ମୁଖରେ ଥିବା ଏକ ମୋଟା କାଚକୁ ମଧ୍ୟ ଭାଙ୍ଗି ଦେଇଥିଲେ । ପରେ ସୋ କେଶରେ ଥିବା ୮ ହଳ ସୁନା ଶଙ୍ଖା ଦୁର୍ବୁତ୍ତମାନେ ନେଇ ଯାଇଥିଲେ । ଚୋରି ହୋଇଥିବା ଗହଣାର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ଅଭିଯୋଗରେ ଦର୍ଶା ଯାଇଛି ।