ଜିଆରଏସଙ୍କ ବଦଳି
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ୧୧ଜଣ ଗ୍ରାମ ରୋଜଗାର ସେବକ(ଜିଆରଏସ)ଙ୍କ ପଦୋନ୍ନତି ଭିତ୍ତିରେ ବଦଳି ହୋଇଛି । ସୂଚନା ମୁତାବକ ୨୦୦୮ମସିହାରୁ ଉକ୍ତ କର୍ମ·ରୀ ମାନେ ପଞ୍ଚାୟତ ଗୁଡ଼ିକରେ କାର୍ଯ୍ୟ କରି ଆସୁଥିଲେ । ଦୀର୍ଘ ୧୬ ବର୍ଷ ପରେ ସରକାର ସେମାନଙ୍କୁ ପଦୋନ୍ନତି ଦେଇଛନ୍ତି । ସେମାନେ ଏବେ ପଞ୍ଚାୟତ ଡିଇଓ ଏବଂ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରିବେ । ନିୟମ ଅନୁସାରେ ସମସ୍ତ ଜିଆରଏସ ଙ୍କୁ ପଡୋଶୀ ଧାମନଗର ବ୍ଲକକୁ ବଦଳି କରାଯାଇଛି । ସେଠାରେ କାର୍ଯ୍ୟରତ ଜିଆରଏସ ମାନେ ମଧ୍ୟ ଭଣ୍ଡାରିପୋଖରୀ ବ୍ଲକକୁ ବଦଳି ହୋଇ ଆସିଛନ୍ତି ।