ଅବସରପ୍ରାପ୍ତ କର୍ମ·ରୀ ସଂଘର ବିଂଶତମ ବାର୍ଷିକୋତ୍ସବ:  "ଅବସରପ୍ରାପ୍ତ ମଣିଷ ସମାଜ ପାଇଁ ଅଲୋଡ଼ା ନୁହଁନ୍ତି'

ଭଦ୍ରକ:  ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ଉସôବ ସଂଘର ସମ୍ମିଳନୀ କକ୍ଷ ସମାବେଶ କେନ୍ଦ୍ର ‘ନିତ୍ୟାନନ୍ଦ ଭବନ’ କୁଆଁସ ଠାରେ ଅବସରପ୍ରାପ୍ତ କମିଶନର ଦିଗମ୍ବର ମହାନ୍ତିଙ୍କ ପୌରୋହିତ୍ୟରେ  ଅନୁଷ୍ଠିତ ହୋଇଯାଇଛି ସେ ମଧ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥିଭାବେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ କୁଳପତି ତିରୁପତି ସଂସ୍କୃତ ବିଶ୍ୱ ବିଦ୍ୟାଳୟ ଓ କିସ୍ ବିଶ୍ୱ ବିଦ୍ୟାଳୟର ଭୁବନେଶ୍ୱର ପ୍ରଫେସର ଡଃ ହରେକୃଷ୍ଣ ଶତପଥୀ ଯୋଗଦାନ କରିଥିଲେ । ଅତିଥିଙ୍କ ସହ ମଞ୍ଚାସୀନ ଥିଲେ କାର୍ଯ୍ୟକାରୀ ସଭାପତି ଉଦୟନାଥ ମହାନ୍ତି ଓ ସାଧାରଣ ସଂପାଦକ ରାଷ୍ଟ୍ରପତି ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ମଲ୍ଲିକ । ଉପସଭାପତି ଶାନ୍ତନୁ କୁମାର ରାଉତ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ ପରେ ଅତିଥିବୃନ୍ଦଙ୍କ ଉପସ୍ଥିତିରେ ଉସôବ ଉଦ୍ଘାଟିତ ହୋଇଥିଲା । ବେଦପାଠ କରିଥିଲେ ପଣ୍ଡିତ ଦୈତ୍ୟାରି ଦୀକ୍ଷିତ ଓ ପ୍ରାରମ୍ଭିକ ସଂଗୀତ ଭାବେ ‘ବନେ୍ଦ ଉକôଳ ଜନନୀ’ ଗାନ କରିଥିଲେ ଗାନ୍ଧି ଓଡ଼ିଶା ବାଳାଶ୍ରମର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ । ଅତିଥି ପରିଚୟ ପ୍ରଦାନ କରିଥିଲେ ଯୁଗ୍ମ ସଂପାଦକ ଅଜିତ କୁମାର ନାୟକ । ସଂଘର ମୁଖପତ୍ର ‘ଉତ୍ତରଣ’ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇ ବଣ୍ଟନ କରାଯଇଥିଲା । ମୁଖପତ୍ରର ସଂପାଦକ ଉପସଭାପତି ଡ଼ଃ ଗୋଲକ ବିହାରୀ ସାହୁ ସଂପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ ସାଧାରଣ ସଂପାଦକ ପ୍ରଭାକର ମଲ୍ଲିକ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଅବସର ପରେ ପ୍ରତ୍ୟେକ ବ୍ୟକ୍ତି ବିଭିନ୍ନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ବିନିଯୋଗ କରିପାରିଲେ ସମାଜରେ ଅନେକ ପରିବର୍ତ୍ତନ ଆସିପାରିବ । ସେମାନଙ୍କର ଅଭିଜ୍ଞତା ସମାଜ ପାଇଁ ଅନେକ ମୂଲ୍ୟବାନ ଦିଗ୍ଦର୍ଶନ । ମୁଖ୍ୟ ବକ୍ତା ଡ଼ଃ ଶତପଥୀ ତାଙ୍କ ଅଭିଭାଷଣରେ  କହିଥିଲେ ଯେ ଭାରତୀୟ ଦର୍ଶନରେ ମୃତ୍ୟୁ ଚେତନା ବିଷୟରେ ଉଲ୍ଲେଖ ନାହିଁ । ବ୍ୟକ୍ତିଙ୍କୁ ଦେବତା, ଭଦ୍ରକର ବୈଶିଷ୍ଟ୍ୟ, ପ୍ରକୃତି ଓ କୃତ୍ରିମତା ମଧ୍ୟରେ ଯୁଦ୍ଧ, ଶାସକ, ପ୍ରଶାସକ ଓ ସୁଶାସକର ବ୍ୟାଖ୍ୟା କରିଥିଲେ । ଅବସରପ୍ରାପ୍ତ ମଣିଷ ସମାଜ ପାଇଁ ଅଲୋଡ଼ା ନୁହଁନ୍ତି ।  ସଂଘର ୧୦ଜଣ ଆଜୀବନ ସଦସ୍ୟ ସଦସ୍ୟା ଓ ୨ଜଣ ଶିକ୍ଷୟିତ୍ରୀଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରି·ଳନା କରିଥିଲେ ଉପସଭାପତି ହରମୋହନ କୁଅଁର ଓ ହିସାବ ସମୀକ୍ଷକ ଲକ୍ଷ୍ମଣ କୁମାର ମହାନ୍ତି । ସହଯୋଗ କରିଥିଲେ ମଦନ ମୋହନ ନାୟକ, ରମାକାନ୍ତ ନାୟକ । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪ ମସିହାର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଜିଲ୍ଲା ସ୍ତରରେ ଓ ବିଦ୍ୟାଳୟସ୍ତରରେ ତଥା ନିଜ ବିଦ୍ୟାଳୟସ୍ତର ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ୨୧ଜଣ ଛାତ୍ରଛାତ୍ରୀଙ୍କୁ  ବିଭିନ୍ନ ସ୍ମୃତି ସମ୍ମାନ ପ୍ରତିଭା ପୁରସ୍କାର ଓ ଦାତାଙ୍କ ନିଜ ନାମରେ ପ୍ରଦତ୍ତ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ ଅତିଥିଙ୍କ ଦ୍ୱାରା କରାଯାଇଥିଲା । ପରି·ଳନା କରିଥିଲେ ବାଦଲ କିଶୋର ମହାପାତ୍ର, ସୁଶ୍ରୀ ସ୍ନେହଲତା ବେହେରା, ଯୁଗ୍ମ ସଂପାଦିକା ଡ଼ାକ୍ତର ସୁକାନ୍ତି କୁମାରୀ ଜେନା, ପ୍ରଶାନ୍ତ କୁମାର ଦେ । ସଂଘର ଉପଦେଷ୍ଟା ପ୍ରଫେସର ଡ଼ଃ ଶୈଳେନ୍ଦ୍ର ମହାପାତ୍ର ସଂଘର କାର୍ଯ୍ୟକ୍ରମ ଓ ବିଦ୍ୟାଳୟସ୍ତରରେ ଶିକ୍ଷା ସଂପର୍କରେ ଅନୁଭବ କରିଥିବା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଭାପତି ଉଦୟ ନାଥ ମହାନ୍ତି ସଂଘରେ ତାଙ୍କ ନିଜର ଅଭିଜ୍ଞତା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଘର ୮୦ବର୍ଷୀୟ ସମ୍ବର୍ଦ୍ଧିତ ସଦସ୍ୟ ସଦସ୍ୟା ଶାନ୍ତିଲତା ମହାପାତ୍ର, ଭାଗୀରଥି ନନ୍ଦଶର୍ମା, ପଙ୍କଜିନୀ ଦେଈ, ଉଦୟନାଥ ମହାନ୍ତି, ହରେକୃଷ୍ଣ ସାହୁ, ଧ୍ରୁବ ଚରଣ ନାୟକ, ଭାଗବତ ବିଶ୍ୱାଳ, ବାମନ ଚରଣ ରାଉତ, ଘନଶ୍ୟାମ ସ୍ୱାଇଁ, ଗଙ୍ଗାଧର ନାୟକ, ସମ୍ବର୍ଦ୍ଧିତ ଶିକ୍ଷୟିତ୍ରୀ ମିଲି ପରିଡ଼ା, ସବିତା ଜେନା, ପୁରସ୍କାର ପାଉଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ତାଙ୍କର ଶିକ୍ଷକ ଶିକ୍ଷୟିତ୍ରୀ, ସାମ୍ବାଦିକ, ଇଲୋଟ୍ରୋନିକ୍ସ ମିଡ଼ିଆ ସଦସ୍ୟ, ଆଞ୍ଚଳିକ ସଂଘର କର୍ମକର୍ତ୍ତା ଦୁଃଶାସନ ରାଉତ, ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସଂଘ ପାଇଁ ଅବଦାନ ଥିବା ଆଲୋକ କୁମାର ମହାନ୍ତି ଓ ଦୀପକ କୁମାର ମହାନ୍ତି ସଦସ୍ୟ ସଂଗ୍ରାମ ସାହୁ, କିଶୋର ଚନ୍ଦ୍ର ରାୟ, ଅନିରୁଦ୍ଧ ଦାସ, କାଶୀନାଥ ସାହୁ, ଶାନ୍ତିଲତା ବାରିକ୍, ଗୀତାରାଣୀ ମହାନ୍ତି, ଶୁଭନିକା ମହାନ୍ତି, ସତ୍ୟଭାମା ପାଢ଼ୀ, ଚନ୍ଦ୍ରମୋହନ ମହାନ୍ତି, ଦୁଃଶାସନ ମହାନ୍ତି, ପ୍ରତାପ ଚନ୍ଦ୍ର ଦଳାଇ, ବସନ୍ତ କୁମାର ଦେ, ତାରକଦାସ ଆଢ଼୍ୟ, ରମାକାନ୍ତ ନାଥ ପ୍ରମୁଖ ବହୁ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଯୁଗ୍ମ ସଂପାଦକ କରୁଣାକର ଉପାଧ୍ୟାୟ ।