ସନେ୍ଦହରେ ଧାନ ଟ୍ରକ ଅଟକ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ଧାମନଗର ଛକ ଠାରେ ଠିଆ ହୋଇଥିବା ଏକ ଧାନ ଟ୍ରକକୁ ଯୋଗାଣ ବିଭାଗ ଅଧିକାରୀ ମାନେ ଜଗି ରହିଛନ୍ତି । ଆଜି ଅପରାହ୍ନ ୪ଟା ବେଳେ ଧାନ ବୋଝେଇ ଟ୍ରକଟି ଛକ ଠାରେ ଠିଆ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ଯୋଗାଣ ବିଭାଗକୁ ଖବର ଦେଇଥିଲେ । ଗାଡିଟି ଦୀର୍ଘ ସମୟ ଧରି ସେଠାରେ ଠିଆ ହୋଇ ରହିଥିବା ବେଳେ ଏହାର ଡ୍ରାଇଭର, ହେଲ୍ପର କେହି ଘଟଣାସ୍ଥଳରେ ନଥିଲେ । ତେଣୁ ସନେ୍ଦହ ଯାତ ହେବାରୁ ବିଭାଗକୁ ଖବର ଯାଇଥିଲା । ଖବର ପାଇ ଜିଲ୍ଲା ଯୋଗାଣ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଧାନ ବୋଝେଇ ଟ୍ରକଟିକୁ ଜଗି ରହିଛନ୍ତ । ଭଣ୍ଡାରିପୋଖରୀ ବିଡିଓ ଦେବଦତ୍ତ ଦାସ ଅନୁସନ୍ଧାନ ଚାଲିଛି ବୋଲି କହିଛନ୍ତି ।