ସହିଦ ଦିବସ ପାଳିତ
ନୀଳଗିରି: ପରାଧୀନ ଭାରତରେ ଯେଉଁ ମହାମନିଷୀ ମାନଙ୍କର ଦେଶପ୍ରୀତି, ସଂଗ୍ରାମ ଓ ବଳିଦାନ ପାଇଁ ଭାରତବର୍ଷ ସ୍ୱାଧୀନତା ହାସଲ କରିଥିଲା ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଜାତିରପିତା ମହାତ୍ମା ଗାନ୍ଧୀ ଅନ୍ୟତମ । ଅହିଂସା ମାର୍ଗରେ ଦେଶପ୍ରେମ ଜାଗ୍ରତ କରି ଇଂରେଜ ମାନଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରିଥିଲେ ।
ଏପରି ମହାମାନବଙ୍କୁ ୧୯୪୮ମସିହା ଜାନୁଆରୀ ୩୦ତାରିଖରେ ଜଣେ ଆତତାୟୀ ଗୁଳିରେ ମୃତୁ୍ୟବରଣ କରିବାକୁ ପଡ଼ିଥିଲା । ତାଙ୍କର ଏହି ମହାପ୍ରୟାଣ ଦିବସକୁ ପ୍ରତିବର୍ଷ ଜାନୁଆରୀ ୩୦ତାରିଖରେ ଦେଶମାତୃକା ସହିଦ ଦିବସ ଭାବରେ ପାଳନ କରିଆସୁଛି । ଏହି ଉପଲକ୍ଷେ ନୀଳଗିରି ଉପଖଣ୍ଡ ପୋଲିସ, ଥାନା ପରିସରରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।
ଏହି ଅବସରରେ ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ସହିତ ସବ୍ ଇନ୍ସପେକ୍ଟର ଦିଲ୍ଲୀପ ସେନାପତି, ଚିତ୍ତରଞ୍ଜନ ନାୟକ, ଜିତେନ୍ ନାୟକ, ଭାଗବତ ରାଉତ, ଅନନ୍ତ ମୁର୍ମୁଙ୍କ ସମେତ ସମସ୍ତ କର୍ମଚାରୀ ସାମିଲ ଥିଲେ ।