ଦି ଲିଟିଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

  ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟସ୍ଥିତ ଦି ଲିଟିଲ ପବ୍ଲିକ ସ୍କୁଲର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ବିଜୟ କୁମାର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ପ୍ରତାପ କୁମାର ଆ·ର୍ଯ୍ୟ, ମୁଖ୍ୟ ବକ୍ତାଭାବେ ଡ.ବଂଶୀଧର ବେହେରା, ଡ.ବିଶ୍ୱରଞ୍ଜନ ଦାସ, ମୃତୁ୍ୟଞ୍ଜୟ ଦାସ, ସୁବାଶ ଚନ୍ଦ୍ର ଦାସ, ଲଲାଟେନ୍ଦୁ ମହାପାତ୍ର, ବିପ୍ଳବ କୁମାର ପହି ଓ କୃପାସିନ୍ଧୁ ମହାନ୍ତି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସ୍କୁଲର ପାଠ ପଢାରେ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ତରିକା ଅନୁଳନୀୟ ଏବଂ ଏଭଳି ସ୍କୁଲ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଗଢି ତୋଳିବାରେ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସ୍କୁଲର ସମ୍ପାଦକ ବିଶ୍ୱଜିତ ପୃଷ୍ଟି ଶ୍ରେଷ୍ଠ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ କୃତିତ୍ୱ ପତ୍ର ଓ ପୁରଷ୍କାର ପ୍ରଦାନ କରିଥିଲେ । କୁନିକୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜୟ ଜଗନ୍ନାଥ, ମା’ ପରି କିଏ ହେବ, ପିଞ୍ଜିରି ପିଞ୍ଜା ଆଦି ସୁନ୍ଦର ସୁନ୍ଦର ସଂଗୀତର ତାଳେତାଳେ ନୃତ୍ୟ ପ୍ରଦର୍ଶନ କରିଥିଲେ ଯାହା ସମସ୍ତଙ୍କ ମନମୁଗ୍ଧ କରିଥିଲା । କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ଲାଗି ସ୍କୁଲର ଅଧ୍ୟକ୍ଷଙ୍କ ସମେତ ଦେବୀଦତ୍ତ ଦାସ, ନନ୍ଦିନୀ ମହାନ୍ତି, ଭାରତୀ ବାରିକ, ଶୁଭଶ୍ରୀ ସାହୁ, ସୁମିତ୍ରା ପାଣିଗ୍ରାହୀ, କାମିନୀ ବାରିକ, ସାଜଦା ନେଶା, ଇତିଶ୍ରୀ ବାରିକ ପ୍ରମୁଖ ପରି·ଳନା କରିଥିଲେ । ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସମେତ ଅଭିଭାବକମାନେ ପରି·ଳନାରେ ସହଯୋଗ କରିଥିଲେ ।