ସାଂସଦ ପ୍ରତିନିଧିଙ୍କ ପିତୃ ବିୟୋଗ
ବଡ଼ସାହି: ବାଲେଶ୍ୱର ଲୋକ ସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ବଡ଼ସାହି ବ୍ଲକ ପ୍ରତିନିଧି ଶଶୀ ଶେଖର ପଣ୍ଡାଙ୍କ ବାପା ତଥା ବଡ଼ସାହି ବ୍ଲକ୍ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ମାଣତ୍ରୀ ଗ୍ରାମର ବାସିନ୍ଦା ଦେବାନନ୍ଦ ପଣ୍ଡାଙ୍କ ୮୬ବର୍ଷ ବୟସରେ ପରଲୋକ ହୋଇଯାଇଛି । ଥଣ୍ଡା ଜନିତ କଫ୍ ଜମିଯିବାରୁ ବାରିପଦା ପିଆର୍ଏମ ଡାକ୍ତରଖାନାରେ ତିନି ଦିନ ପୂର୍ବରୁ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଛି । ସେ ଜଣେ ସମାଜସେବୀ, ବାବା କାଖାରୁଆ ବୈଦ୍ୟନାଥ ଶିବ ମନ୍ଦିରର ଲୋକ ପ୍ରିୟ ସେବକ ତଥା ପୂଜକ ଥିଲେ । ତାଙ୍କର ମର ଶରୀରକୁ ଆଣି ନିଜ ଗାଁ ମାଣତ୍ରୀରେ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।