୧୩୦ ୟୁନିଟ ରକ୍ତ ସଂଗ୍ରହ

ବ୍ରହ୍ମପୁର : ଆଦାନୀ ଫାଉଣ୍ଡେସନ ପକ୍ଷରୁ  ଗୋପାଳପୁର ବନ୍ଦର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଆଦାନୀ ଗ୍ରୁପ ଚେୟାରମ୍ୟାନ୍ ଗୌତମ ଆଦାନୀଙ୍କ ୬୩ ତମ ଜନ୍ମ ଦିବସ ଅବସରରେ ଏହି ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ୧୩୦ରୁ ଊଦ୍ଧ୍ୱର୍ ୟୁନିଟ ରକ୍ତ ସଂଗ୍ରହ ହୋଇଛି  । ପୋର୍ଟ କର୍ମକର୍ତ୍ତା, ଶ୍ରମିକ, ପରିବାର ସଦସ୍ୟ ଏବଂ ବନ୍ଦର ସହଯୋଗୀ ବ୍ୟାପକ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରକ୍ତଦାନ କରିଥିଲେ । ଆଦାନୀ ଫାଉଣ୍ଡେସନ ଓ ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ୍ କଲେଜ ବ୍ଲଡବ୍ୟାଙ୍କ ବିଭାଗର ମିଳିତ ସହଯୋଗରେ ଆୟୋଜିତ ଉକ୍ତ ରକ୍ତଦାନ ଶିବିରକୁ ଆଦାନୀ ଗ୍ରୁପ ପକ୍ଷରୁ ସଞ୍ଜୀବ କୁମାର ଗୁପ୍ତା ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ । ଗୋପାଳପୁର ବନ୍ଦରର ବ୍ୟବସାୟ ମୁଖ୍ୟ ସନ୍ଦୀପ ଜୟସୱାଲ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଡକ୍ଟର ମନୋଜ ଟୁଡୁ, ଗୋପାଳପୁର ବନ୍ଦରର ଅଜିତ ପିଶରୋଡି, ଅପରେଶନ ମୁଖ୍ୟ, ସତ୍ୟଜିତ ରଥ, ମାନବ ସମ୍ବଳ ମୁଖ୍ୟ, ଦେବଦତ୍ତ ମିଶ୍ର ସିଏସ୍ଆର୍ ମୁଖ୍ୟ ସହ ବହୁ ସ୍ୱେଚ୍ଛାସେବୀ ଉପସ୍ଥିତ ରହିଥିଲେ ।