ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ନାବାଳକ ମୃତ
ଧର୍ମଶାଳା : ଏହି ଥାନା ଅନ୍ତର୍ଗତ ଅଚୁ୍ୟତପୁର ଗ୍ରାମରେ ବିଦୁ୍ୟତ ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତୁ୍ୟ ଘଟିଛି । ମୃତକ ଅଭୟପୁର ପଞ୍ଚାୟତ ଅଚୁ୍ୟତପୁର ଗ୍ରାମର ପ୍ରଭାସ କୁମାର ସାହୁଙ୍କ ପୁଅ ଓମପ୍ରକାଶ (୧୭)ହୋଇଥିବା ବେଳେ ଆଜି ସକାଳୁ ଏକ ବାଉଁଶ ବାଡିରେ ତାରକୁ ବାଡେଇବା ସମୟରେ ବିଦୁ୍ୟତ ସଂସ୍ପର୍ଶରେ ଆସିଯାଇଥିଲା । ବିଦୁ୍ୟତ ତାର କାର୍ବନ ହେବା ଯୋଗୁ ଘରକୁ ବିଜୁଳି ଆସୁନଥିଲା । ଏଥି ଯୋଗୁଁ ଓମ୍ ଘର ଛାତ ଉପରେ ଚଢି ଏହା କରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ଓମ୍ର ଦାଦା କୌଣସି କାମରେ ଛାତ ଉପରକୁ ଯାଇଥିବା ବେଳେ ଏହା ଦେଖି ଏକ ସୁଖିଲା କାଠରେ ବାଡେଇ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ । ହେଲେ କଟକରେ ପହଁଚିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୋଟିଏ ମାତ୍ର ପୁଅକୁ ହରାଇ ପରିବାର ଲୋକେ ଧର୍ଯ୍ୟହରା ହୋଇପଡିଛନ୍ତି । ଓମ୍ର ଅକାଳ ମୃତୁ୍ୟକୁ ନେଇ ସ୍ଥାନୀୟ ଅଞ୍ଚରେ ଶୋକର ଛାୟା ଖେଳିଯାଇଛି ।
 
 Rasmita Behera
                                    Rasmita Behera                                 
    
 
    
 
 
 
