୬୦ କୋଟିର ପ୍ରକଳ୍ପ ଉଦଘାଟନ କଲେ ଆର୍ଡି ମନ୍ତ୍ରୀ 

 ବାଲେଶ୍ୱର : ବିକଶିତ ଗାଁ ବିକଶିତ ଓଡ଼ିଶା ଅନ୍ତର୍ଗତରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ରେମୁଣାର କୁରୁଣିଆ ଠାରେ ୬୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗ୍ରାମୀଣ ରାସ୍ତା ଓ ପାନୀୟ ଜଳ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି  । ଓଡ଼ିଶାରେ ୮୩% ଲୋକ ଗ୍ରାମାଞ୍ଚଳରେ ବସବାସ କରନ୍ତି । ତେଣୁ ଯେତେଦିନ ପର୍ଯ୍ୟନ୍ତ ଗ୍ରାମାଞ୍ଚଳର ବିକାଶ ହୋଇପାରିବ ନାହିଁ ସେତେଦିନ ପର୍ଯ୍ୟନ୍ତ ରାଜ୍ୟ ତଥା ଦେଶର ବିକାଶ ଅସମ୍ଭବ । ଏକ ବର୍ଷରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଅନେକ ଲୋକାଭିମୁଖୀ ଯୋଜନା ଆରମ୍ଭ ହୋଇଛି । ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କୁ ସବୁ ପ୍ରକାରର ମୌଳିକ ସୁବିଧା ପହଞ୍ଚାଇବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ  । ବୋଲି ଉଦଘାଟନୀ ଅବସରରେ କହିଛନ୍ତି  । ରେମୁଣାର ଜନସାଧାରଣଙ୍କ ପାଇଁ ଆଜି ଏକ ସ୍ୱର୍ଣ୍ଣିମ ଦିନ  । ଗ୍ରାମୀଣ ଲୋକଙ୍କ ଦୀର୍ଘ ଦିନର ଆଶା ଓ ସ୍ୱପ୍ନ ପୂରଣ ହେବାକୁ ଯାଉଅଛି  । ଏହି ଅବସରରେ  ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧିକାରୀ ରାଜ ପ୍ରାସାଦ, ରେମୁଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ଥିଲେ  ।