ପକ୍କା ରାସ୍ତା ନିର୍ମାଣ ଦାବି
ବରୀ : ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତିଶଦେବିଲ ପଞ୍ଚାୟତର ଦଲେଇ ସାହିର ୪ନମ୍ବର ୱାର୍ଡରେ ଥିବା ମାଟି ରାସ୍ତାଟିକୁ ଢଲେଇ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ପକ୍ଷରୁ ବହୁବାର ଦାବି ହୋଇ ଆସୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହି ରାସ୍ତା ଢଲେଇ ନ ହେବାରୁ ଗ୍ରାମବାସୀ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପ୍ରତିଦିନ ଏହି ରାସ୍ତା ଦେଇ ୨୫ରୁ ଊଦ୍ଧ୍ୱର୍ ପରିବାର ଯାତାୟତ କରୁଛନ୍ତି । ବିଶେଷ ଭାବେ ଆଗକୁ ବର୍ଷା ଦିନ ଆସୁଥିବାରୁ ଗ୍ରାମର ଛାତ୍ରଛାତ୍ରୀ ରୋଗୀ ଯାତାୟତ ଲାଗି ବହୁ ଅସୁବିଧାର ସମ୍ମଖୁନ ହୋଇଛନ୍ତି । ଏହି ରାସ୍ତାରେ ଯାତାୟତ କରିବା କଷ୍ଟ ସାଧ୍ୟ ହୋଇପଡୁଛି । ତେଣୁ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।