ସାମୁଦି୍ରକ ଓ ଲଜିଷ୍ଟିକ୍ସର ହବ୍ ହେବ ଓଡ଼ିଶା
ଭୁବନେଶ୍ୱର: ଉକôର୍ଷ ଓଡ଼ିଶା-ମେକ୍ଇନ୍ ଓଡ଼ିଶା କନକ୍ଲେଭ୍ର ଦ୍ୱିତୀୟ ଦିବସରେ ‘ଶିଳ୍ପ ଭିତ୍ତିଭୂମି, ବନ୍ଦର, ବିମାନ ବନ୍ଦର, ରେଳ ଓ ସଡକ ପଥ’ ଶୀର୍ଷକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ବିଶ୍ୱସ୍ତରୀୟ ସାମୁଦ୍ରିକ ଏବଂ ଲଜିଷ୍ଟିକ୍ସ ହବ୍ ହେବା ପାଇଁ ରାଜ୍ୟର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଅଧିବେଶନରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ସେ କହିଥିଲେ, ସାମୁଦି୍ରକ ଓ ଲଜିଷ୍ଟିକ୍ ବିକାଶ ସହିତ ମାନବସମ୍ବଳର ବିକାଶ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ଐତିହ୍ୟ ରହିଛି । ଏହି ଗୌରବମୟ ଇତିହାସର ପୁନରାବୃତ୍ତି ନିମନ୍ତେ ଆମ ଯୁବବର୍ଗଙ୍କୁ ଦକ୍ଷ କରାଯାଇ ପାରିଲେ ରାଜ୍ୟର ନିରନ୍ତର ବିକାଶ ସମ୍ଭବ ହୋଇପାରିବ । ଦେଶର ପୂର୍ବ ଉପକୂଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅବସ୍ଥିତ ଓଡିଶା, ସାମୁଦ୍ରିକ ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ଭାରତର ଆର୍ଥିକ ପ୍ରଗତି ନିମନ୍ତେ ପ୍ରବେଶ ଦ୍ୱାର ଭାବରେ ଉଭା ହୋଇପାରିବ । ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇବାକୁ ଓଡିଶା ସରକାର ପ୍ରତିବଦ୍ଧ । ସେହିପରି ଅଧିବେଶନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୂଜା କହିଛନ୍ତି ଯେ ଓଡ଼ିଶାରେ ବିକାଶ ପାଇଁ ଆବଶ୍ୟକୀୟ ସମସ୍ତ ଆନୁଷଙ୍ଗିକ ସୁବିଧା ରହିଛି ବୋଲି ମତ ଦେଇଥିଲେ । ପାରାଦୀପ ପୋର୍ଟର ଅଧ୍ୟକ୍ଷ ପିଏଲ୍ ହରନାଧ, ଆଦାନୀ ଗ୍ରୁପ୍ର ପ୍ରତିନିଧି ସୁବ୍ରତ ତି୍ରପାଠୀ ଏବଂ ଜେଏସ୍ଡବ୍ଲୁ୍ୟର ପ୍ରତିନିଧି ରିଙ୍କଶ ରାୟ ଅଧିବେଶନରେ ବକ୍ତା ଭାବେ ଯୋଗଦେଇ ରାଜ୍ୟରେ ଲଜିଷ୍ଟିକ୍ ବିପ୍ଳବ ଦ୍ୱାରା ବିକାଶର ସମ୍ଭାବ୍ୟ ଦିଗଗୁଡିକ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ରାଜ୍ୟରେ ଲଜିଷ୍ଟିକ୍ କ୍ଷେତ୍ରରେ ନିବେଶ ଓ ଉନ୍ନୟନ ନେଇ ‘ଏରୋ କ୍ଲବ ଅଫ୍ ଇଣ୍ଡିଆ’ ଓ ‘ଇଣ୍ଡିଆୱାନ୍ ଏୟାର’ ସହ ରାଜ୍ୟ ସରକାର ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷର କରିଥିବାବେଳେ ପରିବହନ କମିଶନର ଏବଂ ଜାତୀୟ ରାଜପଥ ଓ ଲଜିଷ୍ଟିକ୍ସ ପରିଚାଳନା ଲିମିଟେଡ୍ ମଧ୍ୟରେ ଅନ୍ୟ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢ଼ୀଙ୍କ ସଂଯୋଜନାରେ ‘ଓଡ଼ିଶାର ଲଜିଷ୍ଟିକ୍ସ ବିପ୍ଳବ: ମଲଫି-ମୋଡାଲ୍ ସିନର୍ଜି ମାଧ୍ୟମରେ ଅଭିବୃଦ୍ଧିର ପରିଚାଳନା’ ଶୀର୍ଷକ ଆଲୋଚନାଚକ୍ରରେ ରବି ପି ଚତୁର୍ବେଦୀ, ମଣିକାନ୍ତ ନାୟକ, ଡି. ଆନନ୍ଦ ଭାସ୍କର, ଦେବାଶିଷ ଦତ୍ତା, କେଭି ମହୀଧର, ଅଜୟ କୁମାର, ନିତିନ୍ ଠାକୁର ଅତିଥି ବକ୍ତା ଭାବେ ଯୋଗଦେଇ ଥିଲେ ।