ସୁଧୁରୁଛି ଇଣ୍ଡିଗୋ ସମସ୍ୟା  : ଯାତ୍ରୀଙ୍କୁ ୬୧୦ କୋଟି ଫେରସ୍ତ

ସୁଧୁରୁଛି ଇଣ୍ଡିଗୋ ସମସ୍ୟା  : ଯାତ୍ରୀଙ୍କୁ ୬୧୦ କୋଟି ଫେରସ୍ତ

୯୫ ପ୍ରତିଶତ ସଂଯୋଗ ପୁନଃସ୍ଥାପିତ 

ନୂଆଦିଲ୍ଲୀ : ଦେଶବ୍ୟାପୀ ଛଅ ଦିନର ଅଚଳାବସ୍ଥା ପରେ ଇଣ୍ଡିଗୋ ସମାସ୍ୟାରେ ସୁଧାର ଆସୁଛି । ରବିବାର ଏହାର ଅଧିକାଂଶ ନେଟୱାର୍କକୁ ପୁନଃସ୍ଥାପିତ କରିଛି । ୧,୫୦୦ ରୁ ଅଧିକ ବିମାନ ଚଳାଚଳକୁ ବୃଦ୍ଧି କରିଛି ଏବଂ ଏହାର ୧୩୮ ଟି ସ୍ଥାନ ମଧ୍ୟରୁ ୧୩୫ ଟି ସ୍ଥାନକୁ ପୁନଃ ସଂଯୋଗ କରିଛି । ଏୟାରଲାଇନ୍ସ କହିଛି ଯେ ଶନିବାରର ଏହି ପ୍ରବଳ ହ୍ରାସ, ଯେତେବେଳେ ମାତ୍ର ୭୦୦ ରୁ ଅଧିକ ବିମାନ ଚଳାଚଳ କରିଥିଲା, ଦିନକର ଗମ୍ଭୀର ବାଧା ପରେ ହଜାର ହଜାର ଯାତ୍ରୀ ଫସି ରହିଥିବା ରୁଷ୍ଟର ଏବଂ ସିଷ୍ଟମକୁ ପୁନଃସ୍ଥାପିତ କରିବା ପାଇଁ ଏକ ଯୋଜନାବଦ୍ଧ "ରିବୁଟ’ର ଅଂଶ ଥିଲା । ଇଣ୍ଡିଗୋ କହିଛି ଯେ, ଆସନ୍ତା ୧୦ ତାରିଖ ସୁଦ୍ଧା ସବୁ ଠିକ ହୋଇଯାଇଥିବ । ଯଦିଓ ବିମାନ ଚଳାଚଳ ମନ୍ଥରତା ଦ୍ୱାରା ପ୍ରଭାବିତ ଯାତ୍ରୀମାନଙ୍କୁ ସୁବିଧା ଦେବା ପାଇଁ ବିଭିନ୍ନ ଜୋନ୍‌ ଗୁଡ଼ିକରେ ସ୍ୱତନ୍ତ୍ର ଟ୍ରେନ୍‌ ସେବା ଜାରି ରହିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ରବିବାର କହିଛି ଯେ, ମୋଟ ୬୧୦ କୋଟି ଟଙ୍କା ବିମାନ ଯାତ୍ରୀମାନଙ୍କୁ ଫେରସ୍ତ କରାଯାଇଛି ଏବଂ  ୩,୦୦୦  ଲଗେଜ ମଧ୍ୟ ଯୋଗାଇ ଦିଆଯାଇଛି ।


     ରାଜନୈତିକ ସମାଲୋଚନା ବୃଦ୍ଧି ଏବଂ ନିୟାମକ ଯାଞ୍ଚ ତୀବ୍ର ହେବା ମଧ୍ୟରେ ପୁନରୁଦ୍ଧାର ପାଇଁ ଏହି ପ୍ରୟାସ ଆରମ୍ଭ ହୋଇଛି । ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଏହି ସଙ୍କଟକୁ ଇଣ୍ଡିଗୋର ପରିଚାଳନା ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଉଭୟର ଏକ "ବଡ ବିଫଳତା’ ବୋଲି କହିଛନ୍ତି । ସେ ଅସ୍ଥାୟୀ ବିମାନ ଭଡ଼ା ସୀମା ଲାଗୁ କରିବା ପାଇଁ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଏବଂ ଏୟାରଲାଇନ୍ସ ଦ୍ୱନ୍ଦ୍ୱ ଭାଙ୍ଗିବା ପର୍ଯ୍ୟନ୍ତ ଏହାକୁ ରହିବାକୁ ଅନୁରୋଧ କରିଛନ୍ତି । ଏହି ସମୟରେ ଦେଶ ସାରା ଶହ ଶହ ବାତିଲ ଏବଂ ବିଳମ୍ବର ପରିଣାମ ସ୍ୱରୂପ ବ୍ୟାପକ କାର୍ଯ୍ୟକ୍ଷମ ତ୍ରୁଟି ପାଇଁ ଡିଜିସିଏ ସିଇଓ ପିଟର ଏଲବର୍ସ ଏବଂ ଆକାଉଣ୍ଟେବଲ୍‌ ମ୍ୟାନେଜର ଇସିଡ୍ରୋ ପୋରକେରାସଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ।