ସୁଭଦ୍ରା ଯୋଜନା ସଚେତନତା

 ନିଶ୍ଚିନ୍ତକୋଇଲି :  ନିଶ୍ଚିନ୍ତକୋଇଲି ପଂଚାୟତ ସମିତି ଅନ୍ତର୍ଗତ ନେମାଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ  ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ସରକାରଙ୍କ ଦ୍ୱାରା ପ୍ରଚଳିତ ସୁଭଦ୍ରା ଯୋଜନାର ବ୍ୟାପକ ପ୍ରଚାର ପାଇଁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଜନାର ହିତାଧିକାରିଣୀମାନେ ଯୋଗ ଦେଇ ଯୋଜନାର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ସଂପର୍କରେ ଆଲୋଚନା କରିଥିଲେ । ରାଜ୍ୟ ବିଜେପି ସରକାରଙ୍କ ମହିଳାମାନଙ୍କ ପାଇଁ ଏହା ଏକ ଅଭିନବ ପ୍ରୟାସ । ଏହି ଅବସରରେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ ପ୍ରତ୍ୟେକ ବର୍ଷ ୫ହଜାର ଟଙ୍କା ଲେଖାଏଁ ଟଙ୍କା ଦୁଇଟି କିସ୍ତିରେ ମୋଟ ୧୦ହଜାର ୫ ବର୍ଷ ଯାଏଁ ପ୍ରଦାନ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଅର୍ଥରେ ମହିଳାମାନେ ସ୍ୱାବଲମ୍ବୀ ହୋଇ ପାରିବେ । ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟରୁ ସୁଭଦ୍ରା ହିତାଧିକାରିଣୀମାନେ ଏକ ଶୋଭାଯାତ୍ରାରେ ବାହାରି ବଜାର ଓ ଗ୍ରାମ ପରିକ୍ରମା କରି ହାତରେ ସୁଭଦ୍ରା ଯୋଜନାର ପ୍ରଚାରପତ୍ର ଧରି ଲୋକମାନଙ୍କୁ ସଚେତନତା କରିଥିଲେ । ସ୍ଥାନୀୟ ସରପଞ୍ଚ ସସ୍ମିତା ମହାନ୍ତି, ମହିଳା ସଂଘ ସଂପାଦିକା ପଦ୍ମାବତୀ ସାହୁ, ପିଇଓ ଅକ୍ଷୟ ସ୍ୱାଇଁ, ଏଡିଇଓ ପ୍ରିୟମ୍ବଦା ନାୟକ, ସସ୍ମିତା ପଟ୍ଟନାୟକ, ଅକ୍ଷୟ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।