ବିଜେପି ପକ୍ଷରୁ "ଧନ୍ୟବାଦ ମୁଖ୍ୟମନ୍ତ୍ରୀ' କାର୍ଯ୍ୟକ୍ରମ
କେନ୍ଦୁଝର: ଓଡିଶାରେ ଚଳିତ ବର୍ଷ ଖରିଫ୍ ଧାନ କିଣା କାରବାର ସୂଛତା ଓ ଶୃଙ୍ଖଳିତ ଭାବେ ହୋଇଛି । ଚାଷୀ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ପାଇବା ସହିତ ୪୮ ଘଣ୍ଟାରେ ତାର ପାଉଣା ପାଇଛି । ତତସହିତ ପଞ୍ଜି କରଣ କରିଥିବା ସମସ୍ତ ଚାଷୀ ଧାନ ବିକ୍ରି କରିଥିବାରୁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବୁଧୁବାର କେନ୍ଦୁଝରଗଡ଼ସ୍ଥିତ ପାର୍କଲାଇନ ଅଡିଟୋରିୟମ ଠାରେ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ଓଡିଶା ରେ ୧୭ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ଠାରୁ ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣା ଯିବା ଏକ ଐତିହାସିକ ପଦକ୍ଷେପ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ତାଙ୍କର ଭାଷଣରେ କହିଥିଲେ । ଧାନ କିଣା କାରବାରରେ ଅସାଧୁ ଉପାୟ ଅବଲମ୍ବନ କରିଥିବା ୬୧ ଜଣ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ୧୮ ଟି ମିଲ ମାଲିକ କଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହା ଓଡ଼ିଶାରେ ପ୍ରଥମ ଘଟଣା ଅଟେ । ଏହା ପୂର୍ବରୁ କୌଣସି ସରକାର କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନଜିର ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ । ଆଗାମୀ ରବି ଧାନ କିଣା କାରବାରକୁ ବ୍ୟାପକ ଶୃଙ୍ଖଳିତ ଓ ସ୍ୱଚ୍ଛତା ର ସହିତ କରିବା ପାଇଁ ସରକାର ବଦ୍ଧପରିକର ବୋଲି ମନ୍ତ୍ରୀ ତାଙ୍କର ଭାଷଣରେ କହିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋହିଲା ଠାର ଚାଷୀ ସମାବେଶରେ ଏକଶତ ଟଙ୍କା ଧାନ କୁଇଣ୍ଟାଲ ପ୍ରତି ଦେବାକୁ ଘୋଷଣା କରିଥିଲେ କିନ୍ତୁ ତାଙ୍କ ସରକାର ଚାଲି ଗଲା ଦେଲେ ନାହିଁ ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ କହିଥିଲେ । ବିଜେପି କହିଥିଲା ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଦେବାକୁ । ସରକାର ଆସିବା କ୍ଷଣି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସରକାର ତାର ପ୍ରତିଶୃତି ପୁରଣ କରିଛି । ଓଡ଼ିଶାର ଚାଷୀ ମାନଙ୍କୁ ମୋହନ ଚରଣ ମାଝି ସରକାର ସମୃଦ୍ଧ କରିବା ସହିତ ଆୟକୁ ଦୁଇଗୁଣା କରିବା ପାଇଁ ବହୁ କୃଷକ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି ବୋଲି ସଭାପତି ଶ୍ରୀ ମହେଶ୍ୱର ସାହୁ ତାଙ୍କର ଭାଷଣରେ କହିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାସଂଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଫକୀର ମୋହନ ନାୟକ, ବିଜେପି ଜିଲା ସଭାପତି ଶୁକଦେବ ମହାନ୍ତ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ମୁରାରୀ ମନୋହର ଶର୍ମା, ପୃଥିରାଜ କୁଅଁର, ବରିଷ୍ଠ ବିଜେପି ନେତା ଚିତ ରଂଜନ କଂସ, କିରଣବାଲା ନାଏକ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଭାଗିରଥି ସିଂ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଉପେନ୍ଦ୍ର ରାଉଲ, ଜିତେନ୍ଦ୍ର ବିଶ୍ୱାଲ, ଶ୍ରୀଧର ସାହୁ, ଶଙ୍କର୍ଷଣ ଜେନା, ସୁବ୍ରତ ମହାନ୍ତି, ରାଜେଶ କୁମାର ସିଂହ, ଅନୁବ୍ରତ ବେହେରା, କୃଷ୍ଣଚନ୍ଦ୍ର ମହାନ୍ତ, ପ୍ରସନ୍ନ କୁମାର ନାୟକ, ସୁଧାକର ସାହୁ, ଭାବଗ୍ରାହୀ ମହାନ୍ତ, ଦୁର୍ଯ୍ୟଧନ ମହାନ୍ତ, ଯୁଧିଷ୍ଠିର ମହାନ୍ତ, ଶିଶିର ସାହୁ ରାଜୋସ ଆଚାର୍ଯ୍ୟ, କମଲାକାନ୍ତ ଦାସ, ଅଧିକାରୀ ନାୟକ, ଶରତ ସେଠୀ, ଶିବେନ୍ଦ୍ର ଚକ୍ର, ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦଙ୍କ ସମେତ ୨ ହଜାରରୁ ଉର୍ଦ୍ଧ୍ୱ ଚାଷୀ ସାମିଲ ହୋଇଥିଲେ ।