ଜିପିଏଲ୍ଏଫ୍ ଗୃହର ଶିଳାନ୍ୟାସ

 ବାଲେଶ୍ୱର :  ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ପକ୍ଷରୁ ଅଟକଳ ମୂଲ୍ୟ ୨୫,୨୧,୦୦୮.୯୨୯ ଟଙ୍କା ବିନିମୟରେ ହେବାକୁ ଥିବା ଶାସଙ୍ଗ ପଞ୍ଚାୟତ ଜିପିଏଲ୍ଏଫ୍ ଗୃହର ଶୁଭ ଶିଳାନ୍ୟାସ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ଲମ୍ବୋଦର ପ୍ରଧାନ, ନାରୀ ନେତ୍ରୀ ଶୋଭନା ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ମଣ୍ଡଳ ସଭାପତି ପ୍ରଫୁଲ୍ଲ ଦ୍ୱିବେଦୀ, ପୂର୍ବତନ ମଣ୍ଡଳ ସଭାପତି ଭୋଳାନାଥ ପାତ୍ର, ଶାସଙ୍ଗ ପଞ୍ଚାୟତ ସମିତିସଭ୍ୟା ସୋନି ସୋରେନ, ପଞ୍ଚାୟତ ସଭାପତି ଭାସ୍କର ମଲ୍ଲିକ, ସୋଳଚନା ମଲ୍ଲିକ, ସକ୍ତିକନ୍ତ ଦାସ, ଧୀରେନ୍ଦ୍ର ସ୍ୱାଇଁ, ପୁଷ୍ପଲତା ବାରିକ ପ୍ରମୁଖ ଉପସ୍ଥିତି ଥିଲେ ।