ହାତୀ ସଂରକ୍ଷଣ ନେଇ ନୂଆ ନୀତି : ମୁଖ୍ୟମନ୍ତ୍ରୀ

ହାତୀ ସଂରକ୍ଷଣ ନେଇ ନୂଆ ନୀତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳାକୁ ଗୁରୁବାର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚନ୍ଦକା ଗୋଡ଼ିବାରିଠାରେ ଦୁଇ ଦିନିଆ କର୍ମଶାଳା ଉଦ୍‌ଘାଟିତ ହୋଇଛି। ହାତୀମାନଙ୍କ ବିଷୟରେ ଗବେଷଣା ପାଇଁ ସ୍ବତନ୍ତ୍ର କେନ୍ଦ୍ର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଗବେଷଣା ପରେ ହାତୀ ସଂରକ୍ଷଣ ନେଇ ସ୍ବତନ୍ତ୍ର ପଲିସି ବା ନୀତି ଆସିବ। ଓଡ଼ିଶାରେ ଏବେ ୨ ହଜାର ୧ ଶହ ହାତୀ ଥିବାରୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।