‘ସୁଭଦ୍ରା ଶକ୍ତି’ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା 

ରାଜକନିକା :  ରାଜକନିକା ବ୍ଲକ ସଭାଗୃହରେ ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସି୍ଡ଼ିପିଓ ରଞ୍ଜୁରାଣୀ ଦାସ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜକନିକା ପଞ୍ଚାୟତ ସମିତି ଅଧକ୍ଷା ମିନତୀ ରାଉତ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଏହି ଖାଦ୍ୟ ପ୍ରତିଯୋଗିତାରେ ରାଜକନିକା ବ୍ଲକର ମୋଟ ୨୫ଟି ଏସଏଚଜି ଗ୍ରୁପ ଭାଗ ନେଇଥିଲେ ଏବଂ ସମସ୍ତ ଏସଏଚଜି ଗ୍ରୁପର ମହିଳା ମାନେ ଜଜ୍ ମାନଙ୍କ ଉପସ୍ଥିତରେ ବିଭିନ୍ନ ପ୍ରକାର ପାରମ୍ପରିକ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତି କରିଥିଲେ ଏବଂ ଶେଷରେ ଏହି ୨୫ଟି ଗ୍ରୁପ ମଧ୍ୟରୁ ମା’ଦୁର୍ଗା ଏସଏଚଜି ଗ୍ରୁପ, ବାରଡ଼ିଆ ପ୍ରଥମ ସ୍ଥାନ ଅଧିକାର କରି ୫ହଜାର ଟଙ୍କା ପ୍ରାଇଜ ଜିତି ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବାବେଳେ ମା’ ତାରିଣୀ ଏସଏଚ ଜି ଗ୍ରୁପ ବାଘବୁଦା ଦ୍ୱିତୀୟ ସ୍ଥାନ ଅଧିକାର କରି ୪ହଜାର ଟଙ୍କା ପ୍ରାଇଜ ଗ୍ରହଣ କରିଥିଲେ ଏବଂ ଅନ୍ୟ ଗ୍ରୁପ ମାନଙ୍କୁ ଶାନ୍ତ୍ୱନା ମୂଳକ ପୁରସ୍କାର ଦିଆଯାଇଥିଲା ।କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜ (ଜୀବିକା ମିଶନ) ନିହାର ରଞ୍ଜନ ବିଶ୍ୱଳ, ରବୀନ୍ଦ୍ର ପଢିହାରୀ, ରଞ୍ଜୁଲତା ବେହେରା, ବ୍ଲକ ସଂଯୋଜ (ମିଶନ ଶକ୍ତ)ମୋନାଲିସା ନାୟକ, ବ୍ଲକ ସାମାଜିକ ସମୀକ୍ଷକ ସୁବ୍ରତ କୁମାର ସାମଲ ଓ ବ୍ଲକ ପ୍ରକଳ୍ପ ସଂଯୋଜକ (ଗ୍ରାମୀଣ ଆବାସ ଯୋଜନା)ମୃତୁ୍ୟଞ୍ଜୟ ବୁଦ୍ଧପଦ ଦାସ ପ୍ରମୁଖ ପରିଚାଳନା କରିଥିଲେ ।
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ବିଡିଓ ଅଭିଶେକ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ରଶ୍ମିତା ସେଠୀ, ମିଶନ ଶକ୍ତି ଡିପିସି ବିକାଶ ମହାନ୍ତି, ଡବ୍ଲୁଓ ଶୁଭ୍ରଜିତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବ୍ଲକର୧୬ଟି ସ୍ୱୟଂସହାୟିକା ଗୋଷ୍ଠୀ ଆବେଦନ କରିଥିବାବେଳେ ୧୩ଟି ଗୋଷ୍ଠୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବିଚାରପତି ଭାବେ ସୁନିତା ନାୟକ (ସିଡିପିଓ), ଏମ୍ଆଇ ସରୋଜିନୀ ଦଳାଇ, ସହକାରୀ ଯନ୍ତ୍ରୀ ଚିନ୍ମୟୀ ସାହୁ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ରୋଷେଇ କରିଥିବା ଖାଦ୍ୟଗୁଡିକୁ ପରୀକ୍ଷା କରିଥିଲେ । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିବାବେଳେ ପ୍ରତିଯୋଗୀତାରେ ପ୍ରଥମ ହୋଇଥିବା ଧୂମାତର ହରପ୍ରାବତୀ ଗୋଷ୍ଠୀଙ୍କୁ ୫ ହଜାର ଟଙ୍କା ଓ ଦ୍ୱିତୀୟ ହୋଇଥିବା କପାଳେଶ୍ୱର ବାସୁଦେବ ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ୪ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା ।